୪୩ ତମ ରାଜ୍ୟ ଜିମ୍ନାଷ୍ଟିକ ପ୍ରତିଯୋଗିତା ଉଦଘାଟିତ

କୋରାପୁଟ,(ହେମନ୍ତ ପାଣିଗ୍ରାହୀ)+ଜୟପୁର ସ୍ଥିତ କ୍ରୀଡା କମ୍ପ୍ଲେକ୍ସ ଠାରେ ୪୩ ତମ ରାଜ୍ୟ ଜିମନାଷ୍ଟିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଉପଜିଲ୍ଲାପାଳ ଏ.ଶସ୍ୟା ରେଡ୍ଡୀ, ଜିମନାଷ୍ଟିକ ସଂପାଦକ ଅଶୋକ ସାହୁ, ଜିଲ୍ଲା କ୍ରୀଡା ସଂଘ କୋଷାଧ୍ୟକ୍ଷ ସଞ୍ଜୟ କୁମାର ଜୈନ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୦ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେl। ଚଳିତ ବର୍ଷ ୬ ନଭେମ୍ବର ରେ ୧୨ବର୍ଷରୁ କମ୍ ଏବଂ ୧୪ବର୍ଷରୁ କମ ବର୍ଗର ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ୭ ନଭେମ୍ବର ଦିନ ୧୭ବର୍ଷରୁ ଅଧିକ ବର୍ଗର ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଯାଇଛି। ଏହି ପ୍ରତିଯୋଗୀତାରେ ଫ୍ଲୋର ଏକ୍ସସାରତ, ପୋମେଲ ହର୍ସ, ଷ୍ଟିଲ ରିଙ୍ଗସ, ଭଲ୍ଡ ସମାନ୍ତରାଳ ବାର, ଓ ଆଳୁଭୂମିକ ବାର ଇଭେଟ ଏବଂ ମହିଳା ଇଲ୍ଡ ଅସମାନ ବାର, ବାଲାନ୍ତୁ ବିମ ଏବଂ ବିଭିନ୍ନ ପ୍ରକାର ଫ୍ଲୋର ଇଭେଣ୍ଟ ର ଖେଳ ହେଉଛି। ପ୍ରଥମ ଦିନରେ ସର୍ବକନିଷ୍ଠ ଜିମନାଷ୍ଟିକଙ୍କ ପାଇଁ ପ୍ରତିଯୋଗିତା ହୋଇଥିଲା। ୧୨ବର୍ଷର କମ୍ ବର୍ଗର ଫ୍ଲୋରରେ ପ୍ରିୟମ ମଲ୍ଲିକ ପ୍ରଥମ, ଅଭୟ ଦାସ ଦ୍ବିତୀୟ, ସାୟନ ଛାଟୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ପି ହର୍ସ ପ୍ରତିଯୋଗିତାରେ ପ୍ରିୟମ ମଲ୍ଲିକ ପ୍ରଥମ, ସାୟନ ଛାଗେଇ ଦ୍ଵିତୀୟ, ଅଭିଜିତ ସ୍ବାଇଁ ତୃତୀୟ ହୋଇଥିଲେ। ଭିଙ୍କ୍ସରେ ପ୍ରିୟମ ମଲ୍ଲିକ ପ୍ରଥମ, ଭକ୍ଟରେ ପ୍ରିୟମ ମଲ୍ଲିକ ପ୍ରଥମ, ଅଭୟ ଦାସ ଦ୍ବିତୀୟ ସ୍ଵପ୍ନଳ ପଣ୍ଡା ତୃତୀୟ ହୋଇଥିଲେ। ପି. ବାର୍ ଓ ଏଚ୍ ବାରରେ ପ୍ରିୟମ ମଲ୍ଲିକ ପ୍ରଥମ, ଅଭୟ ଦାସ ଦ୍ବିତୀୟ, ସାୟନ ଛାଟୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅଲରାଉଣ୍ଡରେ ପ୍ରିୟମ ମଲ୍ଲିକ ପ୍ରଥମ, ଅଭୟ ଦାସ ଦ୍ଵିତୀୟ ସାୟନ ଛାଟୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗିତାକୁ ଅଶୋକ ସାହୁ ଓ ପୂଜାଶ୍ରୀ ବରାଳ ପରିଚାଳନା କରୁଛନ୍ତି। ଏହି କ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କ୍ରୀଡାସଂଘ ସଂପାଦକ ରବି ନାୟକ, ଅଲମ୍ପିକସ ସଦସ୍ୟ ଅନୁପ କୁମାର ପାତ୍ର, ଆନ୍ତର୍ଜାତୀୟ ଗୋଲ୍ଡ ମେଡାଲିଷ୍ଟ ରାକେଶ କୁମାର ପାତ୍ର, ଫ୍ରାନ୍ସରୁ ଆସିଥିବା ମୁଖ୍ୟ ପ୍ରଶିକ୍ଷକ ଥିଏରି ଆଇମେସଙ୍କ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାର କୃତିତ୍ବ ଅର୍ଜନ କରିଥିବା ଖେଳାଳି ଚଳିତ ବର୍ଷ ଗୁଜରାଟରେ ହେବାକୁ ଥିବା ପ୍ରତିଯୋଗିତା ସହ ୨୦୨୫ରେ ଉତ୍ତରାଖଣ୍ଡରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେବେ ବୋଲି କ୍ରୀଡ଼ା ସଂପାଦକ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ