ଜେଇଏମ୍ ଆତଙ୍କୀ ଫୈୟାଜ ଅହମ୍ମଦ ଗିରଫ
ନୂଆଦିଲ୍ଲୀ(ଏଜେନ୍ସି): ଭାରତ ପାଇଁ ମୋଷ୍ଟ ୱାଣ୍ଟେଣ୍ଟ ସାଜିଥିବା ଜୈଶ-ଏ-ମହମ୍ମଦ (ଜେଇଏମ୍)ର ଆତଙ୍କବାଦୀ ଫୈୟାଜ ଅହମ୍ମଦ୍ ଲୋନ୍ ଶେଷରେ ପୁଲିସ ହାତରେ ଧରାପଡିଛି । ସ୍ୱତନ୍ତ୍ର ଶାଖାର ଦଳ ଫୈୟାଜକୁ ଜାମ୍ମୁ କାଶ୍ମୀରର ଶ୍ରୀନଗରରୁ ଆଜି ଗିରଫ କରାଯାଇଛି । ଗିରଫ ପରେ ପୁଲିସ ପଚରାଉଚରା ଜାରି ରଖିଛି । ସୂଚନାଯୋଗ୍ୟ, ଫୈୟାଜ ଅହମ୍ମଦ ଲୋନ ଜାମ୍ମୁ-କାଶ୍ମୀରର କୁପୱାଡା ଜିଲାର ବାସିନ୍ଦା । ଫୈୟାଜକୁ ଧରିବା ପାଇଁ ଦିଲ୍ଲୀ ପୁଲିସ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ୪ ବର୍ଷ ପୂର୍ବେ ଫୈୟାଜର ଗିରଫ ପାଇଁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଜାମିନ ବିହୀନ ଗରିଫ ପରୱାନା ଜାରି କରାଯାଇଥିଲା । ୨ଠ୧୫ରୁ ଫେରାର ଥିବା ଫୈୟାଜ ବିରୋଧରେ ବହୁ ଅପରାଧିକ ମାମଲା ରହିଛି ।


