ଜିଲ୍ଲାର ୨ ରାଜ୍ୟ ସ୍ତରୀୟ ପ୍ରତିଭାଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କଲେ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲାପାଳ ସମର୍ଥ ବର୍ମା ମଙ୍ଗଳବାର ସନ୍ଧ୍ୟାରେ ଏହି ଜିଲ୍ଲାର ୨ଜଣ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ସଫଳତା ଆଣିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ହାଇସ୍କୁଲର ଛାତ୍ର କୈାଶିକ ପ୍ରିୟଦର୍ଶୀ ଜେନା ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ନିଜର ପ୍ରକଳ୍ପ ପ୍ରଦର୍ଶିତ କରି ସଫଳତା ଆଣିଥିବାରୁ ଏବଂ ରାଜକନିକା ବ୍ଲକ ଅନ୍ତର୍ଗତ ବରାହ ପ୍ରଗଣ ହାଇସ୍କୁଲର ଛାତ୍ରୀ ଅର୍ଚ୍ଚିତା ସାହୁ ରାଜ୍ୟ ସ୍ତରୀୟ ବିଜ୍ଞାନ ସେମିନାରରେ ୨ୟ ସ୍ଥାନ ହାସଲ କରି ସଫଳତା ଆଣିଥିବା ଯୋଗୁଁ ଉଭୟଙ୍କୁ ପୁଷ୍ପଗୁଛ ,ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରିଣୀ କଳ୍ପନା ବେହେରା,ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅଭୟ ପ୍ରତିହାରୀ,ଇନ୍ଦୁପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସିଦ୍ଧାର୍ଥଶଙ୍କର ଜେନା ଓ ବରାହ ପ୍ରଗଣ ହାଇସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀ ସାଗରିକା ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ