ଏନ୍‍ଏସି ହାଇସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‍ଯାପିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଏନ୍‌ଏସି ଅଧିନସ୍ଥ ସର୍ବ ପୁରାତନ ସରକାରୀ ଏନ୍‍ଏସି ନୋଡାଲ୍‍ ହାଇସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶନିବାର ଉଦ୍‍ଯାପିତ ହୋଇଯାଇଛି । ସରକାରୀ ଏନ୍‍ଏସି ନୋଡାଲ୍‍ ହାଇସ୍କୁଲର କ୍ରୀଡା ଶିକ୍ଷକ ଏସ୍‍କେ ୟୁସୁଫ୍‍ଙ୍କ ସଂଯୋଜନାରେ ଗତ ୨ ଦିନ ଧରି ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍‍ଯାପନୀ ଦିବସରେ ପ୍ରଧାନଶିକ୍ଷକ ପ୍ରତ୍ୟୁଷ କୁମାର ଦାଶ, ସହକାରୀ ଶିକ୍ଷକ ପ୍ରଦୀପ କୁମାର ଶତପଥୀ, ସୁରେନ୍ଦ୍ର ନାଥ ପଟ୍ଟନାୟକ, ପ୍ରସନ୍ନ କୁମାର ସାହୁ, ଅମୀୟ ରଂଜନ ନାୟକ, ଗଣେଶ ଚନ୍ଦ୍ର ମହାନ୍ତି, ଶୁଭଶ୍ରୀ ପଣ୍ଡା, ଭାଗ୍ୟଲକ୍ଷ୍ମୀ ପାଢୀ, କାମିନୀ ଦେବୀ, ସଂଜୁଲତା ସାବତ, ମଂଜୁଳା ସ୍ୱାଇଁ, ଅର୍ଚ୍ଚନା ପାଢୀ, ସୁଷମା ପରମାଣିକ, କିରାଣୀ ସୂର୍ଯ୍ୟନାରାୟଣ କର ପ୍ରମୁଖ ଯୋଗଦେଇ ଛାତ୍ର ମାନେ ପାଠପଢା ସହ ଖେଳକୁଦ ପ୍ରତି ଗୁରୁତ୍ୱ ଦେଲେ ଉଲ୍ଲେଖନୀୟ ସଫଳତା ହାସଲ କରିବା ସାଙ୍ଗକୁ ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥ ରହିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ସରକାରୀ ଏନ୍‍ଏସି ନୋଡାଲ୍‍ ହାଇସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅବସରରେ ପ୍ରଥମରୁ ଦଶମ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରାୟ ୨ ଶହରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ମାନେ ଦୌଡ, ଲମ୍ବାଡିଆଁ, ଉଚ୍ଚଡିଆଁ, ଡିସ୍‌କସ୍ ଥ୍ରୋ, ସଟ୍‌ଫୁଟ୍ ଥ୍ରୋ ଭଳି ବିଭିନ୍ନ ଖେଳରେ ଭାଗ ନେଇଥିବା ଲକ୍ଷ୍ୟ କରାଯାଇଥିଲା । ସରକାରୀ ଏନ୍‍ଏସି ନୋଡାଲ୍‍ ହାଇସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅବସରରେ ଛାତ୍ରଛାତ୍ରୀମାନେ ପ୍ରଥମ ଦିବସରେ ଲାଲାଶାସନ ଗ୍ରାମର ରାଧାକୃଷ୍ଣ ମନ୍ଦିର ନିକଟରୁ ଏକ ମଶାଲ୍‍ ଶୋଭାଯାତ୍ରାରେ ବାହାରି ଲାଲାଶାସନ, ଶାସ୍ତ୍ରୀନଗର, ତାଲୁକାଛକ ତଥା ଏହାର ଆଖପାଖ ଅଞ୍ଚଳ ପରିକ୍ରମା କରିବା ପରେ ସବ୍‍ଜେଲ୍‍ ସମ୍ମୁଖସ୍ଥ ଖେଳପଡିଆରେ ପହଞ୍ଚିବା ପରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ପ୍ରତ୍ୟୁଷ କୁମାର ଦାଶ ଛାତ୍ରଛାତ୍ରୀଙ୍କ ଠାରୁ ମଶାଲ୍‍ ଗ୍ରହଣ କରିବା ସାଙ୍ଗକୁ କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ