ରା. ଉଦୟଗିରି ଠାରୁ ଚମ୍ପାପୁର -ରାମଗିରି ରାସ୍ତା ନିର୍ମାଣରେ ଅବହେଳା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ରା.ଉଦୟଗିରି ପୂର୍ତ୍ତ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ଅଧୀନରେ ଗତ ଏପ୍ରିଲ ମାସରେ ରା.ଉଦୟଗିରି ଠାରୁ ଚମ୍ପାପୁର ଓ ଟାଙ୍ଗିଲି ଠାରୁ ରାମଗିରି ସମୁଦାୟ ୧୪କିଲୋମିଟର ୮୫୦ମିଟର ରାସ୍ତା କାମ ଚାଲିଛି । ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ପୂର୍ତ୍ତବିଭାଗ ସହ ଠିକାଦାରଙ୍କ ଚୁକ୍ତିନାମା ହୋଇଥିବା ବେଳେ ଏପ୍ରିଲ ମାସରେ ଯାଉ କାମ ଆରମ୍ଭ ହୋଇଥିଲା। ଏବେ ରାସ୍ତା ନିର୍ମାଣ କାମକୁ ୯ମାସ ବିତିଲାଣି ଚୁକ୍ତିନାମା ସରିବାକୁ ଅଛି ଆହୁରି ୫ ମାସ ବାକି ରହିଲା. ତରଭା ଗ୍ରାମବାସୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ସରପଞ୍ଚ ଚୈତନ୍ୟ ଭୂୟାଁ ଓ ନାରାୟଣ ନାୟକଙ୍କ କହିବା କଥା ହେଲା ନିୟମ ପ୍ରକାରେ ଯେତିକି ରାସ୍ତା ଖୋଳିବା କଥା ସେଭଳି ହେଉନାହିଁ। ଯେତିକି ଓସାର ହେବା କଥା ଯେମିତି ବି ହେଉନାହିଁ। ଅଯଥା ବହୁଦିନ ପର୍ଯ୍ୟନ୍ତ ପକାଇ ରଖାଯାଉଛି ଯଦ୍ଵାରା ଅଞ୍ଚଳରେ ପରିବହନ ବ୍ୟବସ୍ଥା ମଧ୍ୟବାଧାପ୍ରାପ୍ତ ହୋଇଛି. ଖରାପ ରାସ୍ତା କାରଣକୁ ବସ୍ ଓ ଅନ୍ୟାନ୍ୟ ଯାନବାହାନା ମଧ୍ୟ ନିୟମିତ ସମୟରେ ଆସୁନାହିଁ। ରାସ୍ତା କାମ ଶୀଘ୍ର ସାରିଲେ ଲୋକେ ଉପକୃତ ହୁଅନ୍ତେ ବୋଲି ପୂର୍ବତନ ସରପଞ୍ଚ ଦୁକୁଳ ବଡ଼ରରତ, ଓ ରା.ଉଦୟଗିରି ପୂର୍ବତନ ସମିତିସଭ୍ୟ ମାଣିକ ପାଳକ ପ୍ରମୁଖ ମତ ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ