ବିଏମ୍‌ସି ଉଚ୍ଛେଦକାରୀ ଦଳକୁ ଉଠାଦୋକାନୀଙ୍କ ସବୁ ଜାଗାରେ ତୀବ୍ର ବିରୋଧ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାରେ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ରାଜଧାନୀ ଭୁବନେଶ୍ୱରରେ ପାଖାପାଖି ୬୦ଟି ଅଞ୍ଚଳରୁ ୮ ହଜାରରୁ ଅଧିକ ଉଠାଦୋକାନୀମାନେ ବଳି ପଡ଼ିବାକୁ ଯାଉଛନ୍ତି । ଯାହା ଫଳରେ ବିଏମ୍‌ସି, ବିଡ଼ିଏର ମିଳିତ ସ୍କ୍ୱାର୍ଡ଼ମାନେ ବୁଧବାର ୭ଟି ଅଞ୍ଚଳରେ ଉଠାଦୋକାନୀ ମାନଙ୍କୁ ଉଚ୍ଛେଦ କରିବାକୁ ଯାଇଥିବା ବେଳେ, ସବୁ ଜାଗାରେ ଉଚ୍ଛେଦକାରୀ ଦଳକୁ ତୀବ୍ର ବିରୋଧ କରାଯାଇଥିଲା । ଏଠାରେ ସୂଚନାଥାଉକି, ଗତକାଲି ଭୁବନେଶ୍ୱରର ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କୁ ଭେଟି ଉଠାଦୋକାନୀମାନଙ୍କୁ ଉଚ୍ଛେଦ ନ କରିବା ପାଇଁ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ପାଟିଲ ବିଧାୟକମାନଙ୍କୁ ସମ୍ମାନ ଜଣାଇ ଉଠାଦୋକାନୀ ଉଚ୍ଛେଦ କରାଯିବ ନାହିଁ ଓ ସେମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବିଏମ୍‌ସିର ତିନି ଜୋନ୍‌ର ଯୁଗ୍ମ ଉପସଚିବମାନେ କମିଶନରଙ୍କ କଥାକୁ ଭ୍ରୁକ୍ଷେପ ନକରି ବୁଧବାର ମଧ୍ୟମ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଉଠାଦୋକାନୀକୁ ଉଚ୍ଛେଦ କରିବାକୁ ଆସିଥିବା ବେଳେ ସେଠାରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପହଞ୍ôଚ ଉଚ୍ଛେଦକାରୀ ଦଳଙ୍କ ସହ ଆଲୋଚନା କରିଥିଲେ ଏବଂ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ମହାସଂଘ ଉପସଭାପତି ସୂର୍ଯ୍ୟମଣି ସାହୁ ପହଞ୍ôଚବା ପରେ ଉଚ୍ଛେଦକାରୀ ଦଳ ସେଠାରୁ ଫେରି ଯାଇଥିଲେ ।ସେହିପରି ଉତ୍ତର ଜୋନ୍‌ର ଯୁଗ୍ମ ଉପସଚିବ ବାଣୀବିହାର, ଡମଣାରୁ କିଟ୍ ଛକ ପର୍ଯ୍ୟନ୍ତ ଥିବା ଉଠାଦୋକାନୀ ମାନଙ୍କୁ ଉଚ୍ଛେଦ କରିବା ପାଇଁ ଯାଇଥିବା ବେଳେ ସେଠାରେ ମଧ୍ୟ ହଜାର ହଜାର ଦୋକାନୀ ତୀବ୍ର ବିରୋଧ କରିଥିଲେ । ଉତ୍ତର ବିଧାୟକ ସୁଶାନ୍ତ ରାଉତ ଘଟଣାସ୍ଥଳରେ ପହଞ୍ôଚ ଦୋକାନୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇ ପାରିବ ନାହିଁ, ବିଏମ୍‌ସି କମିଶନର ଗତକାଲି ଆମ୍ଭ ମାନଙ୍କ ସହ ଆଲୋଚନା କରି ଉଚ୍ଛେଦ ନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି କାହିଁକି ଆସି ଦୋକାନୀମାନଙ୍କୁ ହଇରାଣ ହରକତ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଅପରପକ୍ଷରେ କୋଇଲି କ୍ୟାମ୍ପସ ଛକଠାରେ ମହାସଂଘର କୋଷାଧ୍ୟକ୍ଷ ପ୍ରଦୀପ ସାହୁ, ଲଲାଟ କୁମାର ଓଝା, ଶୁଭଲକ୍ଷ୍ମୀ ମହାନ୍ତି, ବିଜୟ ସେନାପତି, ମଙ୍ଗୁଳି ସାହୁ, ସୁମନ ପୃଷ୍ଟିଙ୍କ ନେତୃତ୍ୱରେ ବିଏମ୍‌ସିର ଉଚ୍ଛେଦକାରୀ ଦଳଙ୍କୁ ତୀବ୍ର ବିରୋଧ କରିବା ସହ ଉଠାଦୋକାନୀକୁ ସମ୍ମାନ ଦେବା ପାଇଁ ଦାବି କରିଥିଲେ । କିନ୍ତୁ ବଡ଼ ଦୁଃଖର ବିଷୟ ତିନି ଜୋନର ଜେଡ଼ିସିମାନେ କାହିଁକି ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବା ପାଇଁ ଏତେ ତତ୍ପର ହୋଇ ଉଠୁଛନ୍ତି ତାହା ଜଣାପଡୁ ନାହିଁ ବୋଲି ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ଅଭିଯୋଗ କରିଛନ୍ତି । ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, କମିଶନର ଏବଂ ଜେଡ଼ିସିମାନଙ୍କ ମଧ୍ୟରେ ବୁଝାମଣା ଅଭାବରୁ ଗରିବ ଉଠାଦୋକାନୀମାନେ ବଳିପଡ଼ିବା ସହ ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିବା କୋଟି କୋଟି ଟଙ୍କାରୁ ପି.ସି ନେବାପାଇଁ ଏମାନେ ଉଚ୍ଛେଦ କରୁନାହାଁନ୍ତି ତ? ଏତଦ୍‌ବ୍ୟତୀତ ମହାସଂଘ ବିଏମ୍‌ସି ବିରୁଦ୍ଧରେ ୧୧ଟି ସ୍କ୍ୱାର୍ଡ଼ ଗଠନ କରିଛି । ଏହି ସ୍କ୍ୱାର୍ଡ଼ ଉଚ୍ଛେଦକାରୀ ଦଳକୁ ବିଭିନ୍ନ ସ୍ଥାନରେ ବିରୋଧୀ କରିବ । ଯଦି ବିଏମ୍‌ସି ଉଠାଦୋକାନୀ ଉଚ୍ଛେଦକୁ ବନ୍ଦ ନକରେ, ତେବେ ମହାସଂଘର ୩୦ ହଜାର ଉଠାଦୋକାନୀମାନେ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିବା ସହ ସାରା ଭୁବନେଶ୍ୱରକୁ ଅଚଳ କରିଦେବେ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ