ହୃଦ୍ଘାତରେ ବ୍ୟବସାୟୀଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଥାନା ଅଧିନ ମାଳତୀରା ଗ୍ରାମର ବ୍ୟବସାୟୀ ଚନ୍ଦ୍ର ଶେଖର(ଟିକି) ବିନ୍ଧାଣୀ(୫୬)ଙ୍କର ମଙ୍ଗଳବାର ସନ୍ଧ୍ୟାରେ ହୃଦ୍ଘାତରେ ପରଲୋକ ଘଟିଛି । ଅପରାହ୍ନ ସମୟରେ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାରଲୋକେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ତାଙ୍କର ପରଲୋକ ଘଟିଥିଲା । ମର ଶରୀର ଗ୍ରାମରେ ପହଞ୍ôଚବା ପରେ ସ୍ଥାନୀୟ ଅଂଚଳର ବହୁ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଅନ୍ତିିମ ସତ୍କାର କରାଯାଇଥିଲା । ବଡ ପୁଅ ଜଗନ ମୁଖାଗ୍ନି ଦେଇଥିଲେ । ସେ ଦୀର୍ଘ ବର୍ଷ ଧରି ବନ୍ତ ବଜାରସ୍ଥିତ କେନ୍ଦୁଆପଦା ରୋଡରେ ଏକ ଗୃହ ସାମଗ୍ରୀ ଦୋକାନ କରି ପରିବାର ପ୍ରତିପୋଷଣ କରିଆସୁଥିଲେ । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ ଆଜି ବନ୍ତ କେନ୍ଦୁଆପଦା ଛକସ୍ଥିତ ସମସ୍ତ ବ୍ୟବସାୟୀ ମାନେ ସମବେଦନା ପୂର୍ବକ ଦୋକାନ ଗୁଡିକୁ ବନ୍ଦ କରିଥିବାର ଦେଖାଯାଇଥିଲା ।