ପ୍ରଜ୍ଞାମିଶନ ପକ୍ଷରୁ ଗୀତା ଜ୍ଞାନଯଜ୍ଞ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପ୍ରଜ୍ଞାମିଶନ ଆନୁକୂଲ୍ୟରେ ଉଦୟନଗରସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଗୀତା ଜ୍ଞାନଯଜ୍ଞ ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡା ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଜ୍ଞାମିଶନର ସନ୍ୟାସୀ ଓ ଅନ୍ତେବାସୀଙ୍କ ସମେତ ଦିବ୍ୟଜୀବନ ସଙ୍ଘର ଭକ୍ତ ଓ ଆଧ୍ୟାତ୍ମିକ ପ୍ରେମୀମାନେ ଏହି ପବିତ୍ର ଜ୍ଞାନଯଜ୍ଞରେ ଯୋଗଦେଇ ଥିଲେ । ପରମହଂସ ପ୍ରଜ୍ଞାନାନନ୍ଦ ଗିରି ମହାରାଜ ଗୀତାର ମହତ୍ୱ ଏବଂ ବର୍ତ୍ତମାନ ସମୟରେ ଗୀତା ପାଠର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।


