କଳାପାଞ୍ଚଣ ପଞ୍ଚାୟତରେ ବିଜେପିର ବୈଠକ

ନିମାପଡା,(ସନ୍ତୋଷ କୁମାର ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ କଳାପାଞ୍ଚଣ ପଞ୍ଚାୟତ ରେ ନିମାପଡା ବିଧାୟିକା ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ନିର୍ଦ୍ଦେଶ ରେ ପଞ୍ଚାୟତ ର ସଭାପତି ମନୋଜ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ବିଜେପି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂର୍ବତନ ୨୧ ନଂ ଜିଲ୍ଲା ପରିଷଦ ସଭ୍ୟ ତଥା ଜଗତସିଂହପୁର ସାଂସଦ ଙ୍କ ନିମାପଡା ବ୍ଳକ ପ୍ରତିନିଧି ପୂର୍ଣ୍ଣିଚନ୍ଦ୍ର ଓଝା ,ଚାରିଛକ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ ,ଭକ୍ତବନ୍ଧୁ ବିଶ୍ୱାଳ ,କୃଷ୍ଣଚନ୍ଦ୍ର ନାୟକ , ପଞ୍ଚାୟତ ପ୍ରଭାରୀ ଧୁଳ ସାହୁ ,ମଣ୍ଡଳର ସମ୍ପାଦକ ଦୁର୍ଯ୍ୟୋଧନ ମହାନ୍ତି ଯୋଗ ଦେଇଥିଲେ । ଏହି ବୈଠକ ରେ ନୂତନ ଡବଲ ଇଞ୍ଜିନ ବଜେପି ସରକାର ସମୟରେ ସରକାର ଙ୍କ ବିଭିନ୍ନ ପ୍ରକାର ଯୋଜନା ତଥା ସୁଭଦ୍ରା ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ,ବିଭିନ୍ନ ପ୍ରକାର ଭତ୍ତା ,ଆୟୁଷ୍ନାନ ଯୋଜନା ସ୍ୱାସ୍ଥ୍ୟ ବୀମା ପ୍ରମୁଖ ଯୋଜନା ପାଇବା ସହିତ କିଭଳି ଭାବେ ଡିଜିଟାଲ ମୋବାଇଲ ମାଧ୍ୟମରେ ଅନଲାଇନ ରେ ଆବେଦନ କରିବେ ଏହି ବୈଠକ ରେ ଉପସ୍ଥିତ ଥିବା ନେତା ମାନେ ବୁଝାଇ କହିଥିଲେ । ଦଳିତ ମହିଳା ଓ ପୁରୁଷ ମାନଙ୍କ ର ଥିବା ବିଭିନ୍ନ ପ୍ରକାର ସମସ୍ୟା ଉପରେ ପଚାରି ବୁଝିଥିଲେ । ଏହି ବୈଠକ ରେ ଜ୍ୟୋତିରଞ୍ଜନ ପାତ୍ର ,ଭାଗିରଥି ମଲ୍ଲିକ , ଦେବନ୍ଦ୍ର ବାରିକ ,ବାବୁରାମ ପାତ୍ର ,ଧୁଶାସନ ପାତ୍ର ,ଗଣେଷ ନାୟକ , ମାଧବ କାଣ୍ଡି ,ନରିଆ ଲେଙ୍କା ,ଅକ୍ଷୟ ଭୋଇ ,ସଞ୍ଜୟ ଭୋଇ , ବିପିନ ଭୋଇ ,ବିନୋଦ ବେହେରା ,କାଶୀନାଥ ଚଇନୀ ,କୁମର ଭୋଇ ସହିତ ୫ ଶହରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ