ଜିରୋ ନାଇଟ୍ ସେଲିବ୍ରେସନ୍ ଅପେକ୍ଷାରେ ଯୁବଗୋଷ୍ଠୀ ଅପରାଧୀଙ୍କ ଉପରେ ପୁଲିସର ନଜର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସରିବାକୁ ଯାଉଛି ୨୦୨୪ ମସିହା । ଆଉ ମାତ୍ର ୯ ଦିନ ପରେ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ ଜିରୋ ନାଇଟ୍ ସାଙ୍ଗକୁ ଇଂରାଜୀ ନବବର୍ଷ ସେଲିବ୍ରେସନ୍ କରିବାକୁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି । ଜିରୋ ନାଇଟ୍ ସେଲିବ୍ରେସନ୍ କରିବାକୁ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଟୀ ସ୍ଥାନୀୟ ସହର ସମେତ ନିକଟସ୍ଥ ଅଞ୍ଚଳର ବହୁ ଯୋଜନା ପ୍ରସ୍ତୁତ ଆରମ୍ଭ କରିସାରିଛନ୍ତି । ଚଳିତ ବର୍ଷର ଶେଷ ଦିବସ ୩୧ ତାରିଖ ଜିରୋ ନାଇଟ୍ ମଙ୍ଗଳବାର ରହିଥିବାରୁ ବିଭିନ୍ନ ସ୍ଥାନରେ ସେଲିବ୍ରେସନ୍ କାର୍ଯ୍ୟକ୍ରମ କରାଯାଉଥିବା ଜଣାପଡିଛି । ମଙ୍ଗଳବାର ସାଧାରଣତଃ ଆମିଷ ଭୋଜନର ବାର ହୋଇଥିବାରୁ ଜିରୋ ନାଇଟ ସେଲିବ୍ରେସନରେ ଭୋଜିଭାତରେ କଣ କଣ ଆମିଷ ବ୍ୟଞ୍ଜନ କରାଯିବ ଏବେଠାରୁ ଯୁବଗୋଷ୍ଠୀ ପ୍ରସ୍ତୁତ କରିସାରିଲେଣି । ସ୍ଥାନୀୟ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଆମିଷ ବ୍ୟବସାୟୀ ମାନେ ଏବେଠାରୁ ବାହାର ଅଞ୍ଚଳରୁ ମାଛ, କଙ୍କଡା, ଚିଙ୍ଗୁଡ଼ି, କୁକୁଡା, ଛେଳି ଅର୍ଡର କରିସାରିଲେଣି। ବୁଧବାର ଇଂରାଜୀ ନବବର୍ଷ-୨୦୨୫ ପାଳନ ହେଉଥିବାରୁ ସେହିଦିନ ମଧ୍ୟ ଆମିଷ ଭୋଜନରେ ଜମିବ ଆନନ୍ଦର ଉତ୍ସବ । ଚଳିତ ବର୍ଷ ଯୁବଗୋଷ୍ଠୀଙ୍କୁ ସେଲିବ୍ରେସନ୍ କରିବାକୁ ମଉକା ମିଳିଛି । ସେପଟେ ପୁଲିସ ପ୍ରଶାସନ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ରଖିବାକୁ ଏବେଠାରୁ ଆକ୍ସନ ପ୍ଳାନ ଆରମ୍ଭ କରିଦେଇଛି । ଜେଲରୁ ମୁକୁୂଳିଥିବା କିଛି ଅପରାଧୀଙ୍କ ଉପରେ ପୁଲିସ ସ୍ୱତନ୍ତ୍ର ନଜର ରଖିଛି । ଏହାକୁ ଆଖି ଆଗରେ ରଖି ଏବେଠାରୁ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ସାଧା ପୋଷାକଧାରୀ ପୁଲିସ ବାହିନୀ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରିବା ସହ ନଜର ରଖିଛି । ସହରର ବିଭିନ୍ନ ସ୍ଥାନରେ ଦିନରେ ଓ ସନ୍ଧ୍ୟା ସମୟରେ ବ୍ଳକିଂ କରାଯିବା ସହ ରାତ୍ର ସମୟରେ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଉଥିବା ଦେଖିବାକୁ ମିଳିଛି । ଏପରିକି ଥାନା ଆଇଆଇସିଙ୍କ ତତ୍ତ୍ଵାବଧାନରେ ସାଦା ପୋଷାକଧାରୀ ସ୍ବତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଛି। ରାତ୍ର ସମୟରେ ବାଇକ୍ ଯୋଗେ ସ୍ବତନ୍ତ୍ର ଟିମ୍ ସ୍ଥାନୀୟ ଥାନା ଇଲାକାର ବିଭିନ୍ନ ଅଞ୍ଚଳ ଘୁରିବୁଲି ଅପରାଧିକ କାର୍ଯ୍ୟକଳାପ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି।‌

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ