ବରିଷ୍ଠ ଆଇନଜୀବି ସୁରେଶ ଚନ୍ଦ୍ର ସେନାପତିଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି, କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟି ଓ ବଗଡା ବଳିରାଜର ଆହ୍ୱାନ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ବରିଷ୍ଠ ଆଇନଜୀବି ତଥା ସମାଜସେବୀ ସୁରେଶ ଚନ୍ଦ୍ର ସେନାପତି(ଗାନ୍ଧୀବାବୁ)ଙ୍କ ବିୟୋଗରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ସମ୍ପାଦକ ସଞ୍ଜୟ କୁମାର ଜେନା, କରୁଣାକର ଦାସ, ଆହ୍ୱାନର ସଂଯୋଜକ ରମଣୀରଞ୍ଜନ ରାଉତରାୟ, ଆଇନଜୀବି ଉମେଶ ଚନ୍ଦ୍ର ସିଂ, ରାମକୃଷ୍ଣ ଦାଶ, ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ସୂର୍ଗତ ସେନାପତିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓକିଲ ନିରଞ୍ଜନ ବଳ, ସୁରେଶ ଚନ୍ଦ୍ର ନାୟକ, ଆଶୁତୋଷ ମହାନ୍ତି, ଅଞ୍ଜନା ମହାନ୍ତି, ପ୍ରଦୀପ ଗୋଛାୟତ, ରବିନ୍ଦ୍ର ଜେନା, ରେଣୁବାଳା ସାମଲ, ଗଗନ କୁମାର ପ୍ରଧାନ, ସଚିଦାନନ୍ଦ ବେହେରା, ଶସ୍ମିତା ବେହେରା, ନିଳିମା ପ୍ରିୟଦର୍ଶିନୀ ସାହୁ, ସୁଚିସ୍ମିତା ମହାନ୍ତି, ଅନୁସୂୟା ବେହେରା, ଧିରେନ୍ଦ୍ର କୁମାର ଦାସ, କିଶୋର ପ୍ରଧାନ, ଗୋଲଖ ପଢିହାରୀ, ମନୋଜ ବେହେରା, ପୂର୍ଣ୍ଣଚନ୍ଦ୍ର ଭଦ୍ର, ହୃଷିକେଶ ମହାପାତ୍ର ପ୍ରମୁଖ ଯୋଗଦେଇ ସୂର୍ଗତ ସେନାପତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ