କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଅଡାଳପଙ୍କସ୍ଥିତ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩ ଦିନ ଧରି ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ପ୍ରାରମ୍ଭରେ ଏହାକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମଧୁସୂଦନ ଶଙ୍ଖୁଆ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତବାସ ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗଣେଶଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ନିମାପଡା ଜଗନ୍ନାଥ ମନ୍ଦିର ଠାରେ କ୍ରୀଡା ପତାକାତ୍ତଉତ୍ତୋଳନ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦୌଡ, ମ୍ୟୁଜିକ ଚେୟାର, ଦୌଡି ଡିଆଁ, ଗଣିତ, ଆଳୁ ଚାମଚ, ସ୍ଲୋ ସାଇକେଲ ରେସ୍‌, ବିନ୍ଦି ଦୌଡ, ଅଖା ଦୌଡ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କ୍ରୀଡା ଶିକ୍ଷୟତ୍ରୀ ସୁଷମା ମଲ୍ଲିକଙ୍କ ପରିଚାଳନାରେ ଅନୁଷ୍ଠିତ କ୍ରୀଡାରେ ଆଶାଲତା ରାଜ, ବନଲତା ଦାସ, ଆଲୋକ ରଞ୍ଜନ ମୁଖାର୍ଜୀ, ସସ୍ମିତା ଦାସ, ଜାନକୀ ପାଲ୍‌, ବୀଣାପାଣି ବେହେରା, ମନ୍ମଥ ଜେନା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ