ଚାଷୀମାନଙ୍କୁ କ୍ଷତିପୂରଣ ଦାବିରେ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ

ନିମାପଡା,( ସନ୍ତୋଷ ଦାଶ): ନିମାପଡ଼ା ସ୍ଥିତ ରବିନ୍ଦ୍ର କଲ୍ୟାଣ ମଣ୍ଡପ ପରିସରରେ ବିଜେଡି ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେଡି ନେତା ଦିଲ୍ଲୀପ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୧୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା କୁଞ୍ଜଲତା ସାମଲ, ବରିଷ୍ଠ ନେତା ରବିନ୍ଦ୍ର କୁମାର ଦାଶ, ଭାଗ୍ୟଧର ଖଟୋଇ, ତପନ କୁମାର ପଣ୍ଡା, ଛାତ୍ର ନେତା ସୁରେନ୍ଦ୍ର ଜେନା, କୁମାର ସୌମିନ ଦାଶ,ଗୁଡୁ ନାୟକ ପ୍ରମୁଖ ଯୋଗଦେଇଥିଲେ। ଗତ୨୦, ୨୧,୨୪ ଓ ୨୫ ତାରିଖ ଅଦିନିଆ ବର୍ଷାରେ ନିମାପଡ଼ା ଓ ଗୋପ ଅଞ୍ଚଳର ଧାନ ଫସଲର କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ ଚାଷୀମାନଙ୍କୁ କ୍ଷତି ପୁରଣ ଯୋଗାଇଦିଆଯାଉ ବୋଲି ଦାବି କରି ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ନିମାପଡ଼ା ତହସିଲ ଓ କୃଷି ବିଭାଗ ଗୋପ ତହସିଲ ଓ ଗୋପ କୃଷି ବିଭାଗ ମିଳିତ ଭାବେ କ୍ଷୟକ୍ଷତିର ଆକଳନ କରୁଥିବାବେଳେ ସମସ୍ତ ଚାଷୀ ଙ୍କୁ କ୍ଷତି ପୂରଣ ପ୍ରଦାନ କରିବାକୁ ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର ଦାବି କରିଛନ୍ତି। ଯଦି ୧୦ ଦିନ ମଧ୍ୟରେ ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦିଆ ନ ଯାଏ ତେବେ ନିମାପଡ଼ା ଓ ଗୋପ ବିଜୁଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ନେତା ମାନେ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ