୩ ଦିନ ଧରି ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଅଖା ବସ୍ତାରୁ ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ଏକ ରହସ୍ୟଜନକ ହତ୍ୟାକାଣ୍ଡ, ୩ ଦିନ ନିଖୋଜ ପରେ ଅଖା ବନ୍ଧା ବସ୍ତାରେ ପାରଳାଖେମୁଣ୍ଡି ରାଜପ୍ରସାଦ ପଛ ଭାଗରେ ଥିବା ସୀତାସାଗରରୁ ମିଳିଲା ଗଳିତ ଶବ. ହତ୍ୟାର କାରଣ ଅସ୍ପଷ୍ଟ ରହିଛି. ସିସିଟିଭି ଫୁଟେଜ ଓ ପାରିପାର୍ଶ୍ବକ ସ୍ଥିତିକୁ ଆଧାର କରି ହତ୍ୟା ମାମଲା ରୁଜୁ କରିବା ସହ ପୋଲିସ ତଦନ୍ତ ଜାରି ରଖିଛି. ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ପାରଳାଖେମୁଣ୍ଡି ନୁଆଁ କ୍ୟାମ୍ପ ସାହିର ବାସିନ୍ଦା କୃଷ୍ଣ ଚନ୍ଦ୍ର ପଣ୍ଡା । ପାରଳାଖେମୁଣ୍ଡି ନୁଆଁ କାମ୍ପ ସାହି ବାସିନ୍ଦା କୃଷ୍ଣଚନ୍ଦ୍ର ପଣ୍ଡା ଗତ ୨୫ ତାରିଖ ଠାରୁ ନିଜ ଘରୁ ବାହାରକୁ ଆସି ଫେରିନଥିଲେ. ପରେ ପରିବାର ଲୋକେ ଖୋଜାଖୋଜି କରିବା ପରେ ପାରଳାଖେମୁଣ୍ଡି ଥାନାରେ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ଭିତ୍ତି କରି ପାରଳାଖେମୁଣ୍ଡି ପୋଲିସ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ମୋବାଇଲ ଟ୍ରାକିଂ କରିବା ସହ ବିଭିନ୍ନ ସିସିଟିଭି ଫୁଟେଜ ଓ ଶେଷ ଥର ପାଇଁ ପାରଳାଖେମୁଣ୍ଡି ଜଙ୍ଗମ ସାହି ଯାଇଥିବା ଜାଣିବାକୁ ପାଇଥିଲା ପୋଲିସ । ସିସିଟିଭିକୁ ଆଧାର କରି ଯେଉଁ ଘରକୁ ଯାଇଥିଲେ, ସେଠାକାର ସାହି ପଡିଶା ଓ ସ୍ଥାନୀୟ ବାସିନ୍ଦାଙ୍କ ବୟାନ ଅନୁଯାୟୀ ଗତ ୨୫ ତାରିଖ ରାତି ପର ଠାରୁ ସେହି ଅଞ୍ଚଳରେ କୃଷ୍ଣ ଚନ୍ଦ୍ରଙ୍କୁ ଦେଖୁଥିବା ସୂଚନା ଦେଇଥିଲେ। ଆରମ୍ଭରୁ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଥଲା, ଗତକାଲି ଅପରାହ୍ନରେ ଜଙ୍ଗମ ସାହି ନିକଟସ୍ତ ସୀତା ସାଗରରେ ଗୋଟିଏ ବସ୍ତାରେ ବନ୍ଧା ହୋଇ ପଡିଥିବା ଖବରପାଇ ପୋଲିସ ସନ୍ଦେହରେ ଅଗ୍ନିଶମ ବିଭାଗର ସହାୟତାରେ ବସ୍ତାଟିକୁ ବାହାର କରି ଦେଖୁବା ସମୟରେ ନିଖୋଜ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ କ୍ଷତ ବିକ୍ଷତ ମୃତଦେହ ଗଳିତ ଅବସ୍ଥାରେ ପାଇଥିଲେ. ତେବେ ହତ୍ୟାର କାରଣ ଏଯାବତ ଅସ୍ପଷ୍ଟ ରହିଛି। ପରିବାର ଲୋକେ ମଧ୍ୟ ହତ୍ୟାର କାରଣ କ’ଣ ହୋଇପାରେ ସଠିକ୍ ଭାବରେ କହି ପାରୁନାହାଁନ୍ତି। ଶବକୁ ଉଦ୍ଧାର କରିବା ପରେ ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ୍ ତଦନ୍ତ ପହଞ୍ଚି ତଦନ୍ତ କରିଥିଲେ. ଶବକୁ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ଚିକିତ୍ସାଳୟକୁ ପଠାଯାଇଛି. ଘଟଣା ନେଇ ତଦନ୍ତ ଜାରି ରହିଥିବା ପାରଳା ଥାନା ଆଇଆଇସି ପ୍ରଶାନ୍ତ ଭୂପତି ପ୍ରକାଶ କରି କହିଛନ୍ତିଯେ, ଅତି ତୁରନ୍ତ ଏଥିରେ ସମ୍ପୂକ୍ତ ହତ୍ୟାକାରୀକୁ ଗିରଫ କରାଯିବ.