ଗଞ୍ଜାମ ମହାବିଦ୍ୟାଳୟକୁ ମିଳିଲା ନାକର “ବି ଗ୍ରେଡ଼ ” ମାନ୍ୟତା

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ମହାବିଦ୍ୟାଳୟକୁ ମିଳିଛି ନାକର ବିଗ୍ରେଡ଼ ମାନ୍ୟତା l ଯାହାକୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l ଅନ୍ୟପଟେ ଭରସା ଅନୁଷ୍ଠାନ ପକ୍ଷରୁ ମହାବିଦ୍ୟାଳୟର ଅଧକ୍ଷ,, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ମହାବିଦ୍ୟାଳୟରେଏକ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ସହ ଅନ୍ୟାନ ଅନୁସାଙ୍ଗିକ ବ୍ୟବସ୍ଥା କରିବାକୁ ନେଇ ଏକ ପତ୍ର ପ୍ରଦାନ କରାଯାଇଛି lଆଜି ଭରସା ସ୍ଵେଛାସେବୀ ଅନୁଷ୍ଠାନର ସାଧାରଣ ସମ୍ପାଦକ ଦୁର୍ଗାମାଧବ ପାଣିଗ୍ରାହୀ ଙ୍କ ତତ୍ୱାବଧାନରେ ବିନୋଦ କୁମାର ପଲେଇ, ବିଶ୍ୱନାଥ ସାମନ୍ତରା, ସମରେଶ ପ୍ରଧାନ, ସମାରେଡ୍ଡୀ, ଉମାଶଙ୍କର ଦାସ, କୃଷ୍ଣ ପ୍ରଧାନ, ପ୍ରଭାତ ବିଶ୍ୱାଳ, ପ୍ରତିକରାଉଳ ପ୍ରମୁଖ ମହାବିଦ୍ୟାଳୟ ଅଧକ୍ଷ ସିମାଞ୍ଚଳ ଭୋଳ, ଆଇକ୍ୟୁଏସି ସଂଯୋଜକ ପ୍ରଫେସର ଡ଼.ସ୍ମରଣୀକା ହୋତା, ନାକ ସଂଯୋଜକ ଅମର ପ୍ରସାଦ ବିଶୋଇଙ୍କୁ ଉପଢ଼ୋକନ, ତୁଳସୀଗଛ ଓ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ଏହି ସାକ୍ଷାତ କାଳରେ, ଏକ ଔପଚାରିକ ପ୍ରଶଂସା ପତ୍ର ହସ୍ତାନ୍ତର କରିବା ସହ , ଏକାଧିକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେବା ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା , ଯାହା ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ବିକାଶ ସହ ଆମ ଅଞ୍ଚଳର ଶୈକ୍ଷିକ ପରିବେଶକୁ ସମୃଦ୍ଧ କରିବ :ସ୍ନାତକୋତ୍ତର ଓ ନିଯୁକ୍ତି ସମ୍ବନ୍ଧୀୟ ପାଠ୍ୟକ୍ରମ ପ୍ରଚଳନ କରି ଶିକ୍ଷା କ୍ଷେତ୍ରରେ ଥିବା ଅପାର ସୁଯୋଗ ର ଲାଭ ନେବା ସହ ଛାତ୍ରଛାତ୍ରୀଙ୍କୁ ଆଧୁନିକ ବୃତ୍ତିଗତ ଆବଶ୍ୟକତା ପାଇଁ ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନେବା ..ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ବିଶେଷ ପ୍ରଶିକ୍ଷଣ – ସିଭିଲ ସର୍ଭିସ ଏବଂ ବ୍ୟାଙ୍କିଂ ପରୀକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା, କୌଶଳ ଉନ୍ନୟନ କାର୍ଯ୍ୟକ୍ରମ – ସଫ୍ଟ ସ୍କିଲ୍ ଓ ଚାକିରି ପାଇଁ ଆବଶ୍ୟକ କୌଶଳକୁ ଉନ୍ନତ କରି ଛାତ୍ରଛାତ୍ରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପ୍ରମୁଖ ଅଟେ l ଯାହାକୁ ମହାବିଦ୍ୟାଳୟ ଅଧକ୍ଷ ଭୋଳ ଏହା ଉପରେ ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଥିଲେ l ଏହି ଅବସରରେ ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ, ଦୁର୍ଗାପ୍ରସାଦ ଦାସ, ଗଦାଧର ସାହୁ, ଏବଂ କର୍ମଚାରୀ ପ୍ରବିର କୁମାର ପାଢ଼ୀ, ରଘୁନାଥ ରେଡ୍ଡୀ ଅଜୟ ବାରିକି,ମଧୁସୂଦନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ