ଅଭିଯୋଗ ଶୁଣାଣି ଶିବିରରେ ୨୭ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ରାୟଗଡ,( ଦୁର୍ଗା ପ୍ରସାଦ ପାଢ଼ୀ)ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ କୋଲନାରା ପଞ୍ଚାୟତ ସମିତି ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟlୱରୀ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ,ଆରକ୍ଷୀ ଅଧିକ୍ଷକ, ସ୍ଵାତି ଏସ କୁମାରୀ, ଖଣ୍ଡିୟ ବନ ଅଧିକାରୀ ସଚିନ ଅlହ୍ନlସାହେବ ଓ଼ହଲେ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ ,ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ,ଚନ୍ଦ୍ରକାନ୍ତ ମାଝୀ,ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଲାଲ ମୋହନ ରାଉତରାୟ , ପଞ୍ଚାୟତ ସମିତି ଅଧ୍ୟକ୍ଷା ସଂଯୁକ୍ତା କୁଲେସିକା, ପଂଚାୟତ ସମିତି ଉପାଧକ୍ଷ ହଳଧର ହିମିରିକା ପ୍ରମୁଖ ଉପସ୍ଥିତ ରହି ଜନ ସାଧାରଣ ଙ୍କର ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ l
ଆଜି ମୋଟ ୨୭ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୧୦ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୫ ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଓ ୨ ଟି ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କିତ ଥିଲା l ଏହି ଅଭିଯୋଗ ଶିବିରରେ କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ରୀନା ପ୍ରଧାନ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଭଜନଲାଲ ମାଝୀ , ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ମଳୟ କୁମାର ଚୀନର , ଏ ପି ଡି ୱାଟରସେଡ ରାଜେନ୍ଦ୍ର ନାଥ ନାୟକ , ଉଦ୍ୟାନ କୃଷି ଉପନିର୍ଦ୍ଧେଶକ ଦୟାନିଧି ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି, ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ସହକାରୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ , ସହକାରୀ ଜିଲ୍ଲାପାଳ ସସ୍ମିତା ପଟ୍ଟନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଶିବଶଙ୍କର ଚୌଧୁରୀ, , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ,ଓଡିଶା ଜୀବିକା ମିଶନର ଡିପିଏମ ଶଙ୍କର ଚାଲାନ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ