ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ମନମୋହନ ସିଂଙ୍କ ବିୟୋଗରେ ଶୋକସଭା
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ) : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂ ଙ୍କ ବିୟୋଗରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଦିବ୍ୟା ପ୍ୟାଲେସ ସମ୍ମିଳନୀ କକ୍ଷ ରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା |ଏହି ଶୋକସଭାରେ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ନିରୋଜ ଲୋଚନ ଦାଶ ଙ୍କ ସଭାପତିତ୍ୱ ରେ ଆୟୋଜିତ ଶୋକସଭା ରେ ପୂର୍ବତନ ସାଂସଦ ସୁଶୀଳା ତିରିଆ,ପୂର୍ବତନ ମନ୍ତ୍ରୀ ସରସ୍ଵତୀ ହେମ୍ବ୍ରମ,ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ଅଶୋକ ଅଧିକାରୀ,ପ୍ରଦୀପ ମିଶ୍ର,ବିଜୟ ସିଂ,ଚୈତନ୍ୟ ହାଁସଦା, ଅଶୋକ ଗିରି, ମୋନରଞ୍ଜନ ହେମ୍ବ୍ରମ,ପ୍ରମୋଦ ହେମ୍ବ୍ରମ,ରବୀନ୍ଦ୍ର ଗିରି,ରଞ୍ଜିତା ଯୋଶୀ ପ୍ରମୁଖ ଯୋଗଦେଇ ମନମୋହନ ସିଂଙ୍କ ବହୁମୁଖୀ ପ୍ରତିଭାର ଆଲୋକପାତ କରିବା ସହିତ ଦେଶ ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇରହିବ ବୋଲି କହିଥିଲେ | ଉଦାରୀକରଣ ର ସ୍ଥପତି ଶ୍ରୀ ମନମୋହନ ସିଂ ଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ନେତୃବୃନ୍ଦ କହିବା ସହିତ ତାଙ୍କ ନାମ ଭାରତର ସ୍ୱର୍ଣ୍ଣିମ ଇତିହାସ ରେ ଲିପିବଦ୍ଧ ହେଇ ରହିବ ବୋଲି କହିଥିଲେ |ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ଦୀପକ ଦାସ,ରଣା ସତ୍ୟକାମ ସେନାପତି,ଇତିଶ୍ରୀ ମିଶ୍ର,ରଶ୍ମିତା ମିଶ୍ର,ପିଙ୍କି ମହାପାତ୍ର, ସ୍ଵାଗନ ଦାସ, ବାଦଲ ହେମ୍ବ୍ରମ, ଏମଡି ଅକିଲ, ବାବଲୁ ନାରାୟଣ ହେମ୍ବ୍ରମ୍, ଛୁଟୁରାମ ବିନ୍ଧାଣି, ଅଜୟ ଦାସ ରାମ ରତନ ମହାନ୍ତ,ଅଭିଷେକ ଯାଦବ,ଲକ୍ଷ୍ମୀଧର ହେମ୍ବ୍ରମ୍ , ବିଶ୍ୱଜିତ ସାହୁ,ବିକାଶ ମହାଭୋଇ ପ୍ରମୁଖ ଉପସ୍ଥିତ ଥିଲେ।