ଟିପିଏନଓଡିଏଲ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ):ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ବାରିପଦା ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଟାଟା ପାୱାର ନର୍ଦନ ଓଡ଼ିଶା ବିଦ୍ୟୁତ ବିତରଣ ସଂସ୍ଥା(ଟିପିଏନଓଡିଏଲ) ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି. ଟିପିଏନଓଡିଏଲ ଓ ନିଓସ ଚକ୍ଷୁ ଚିକିତ୍ସାଳୟର ମିଳିତ ପ୍ରୟାସରେ ଆୟୋଜିତ ଦିନିକିଆ ଶିବିରରେ ଗାଡି ଚାଳକ ଓ ଟାଟା ପାୱାରରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା. ଶିବିରରେ ନିଓସ ଚକ୍ଷୁ ଚିକିତ୍ସାଳୟ ଓ ନର୍ମଦା ଫାଉଣ୍ଡେସନର ଚିକିତ୍ସକ ଦଳରେ ଡା. ଜେ.କେ. ମହାନ୍ତି ଓ ଡା. ବୁଦ୍ଧଦେବ ସିଂ ସମେତ ଅନ୍ୟ କର୍ମଚାରୀ ମାନେ ଯୋଗ ଦେଇ ୧୦୬ଜଣଙ୍କ ନିଶୁଳ୍କ ଚକ୍ଷୁ ପରୀକ୍ଷା କରିଥିଲେ. ଦୃଷ୍ଟି ଦୋଷ ଥିବା ବ୍ୟକ୍ତିଙ୍କୁ ଡାକ୍ତରୀ ପରାମର୍ଶ ଦେବା ସହ ଆବଶ୍ୟକ ସ୍ଥଳେ ଉଚ୍ଚ ଚିକିତ୍ସା ନିମନ୍ତେ ଅବଗତ କରିଥିଲେ. ଉକ୍ତ କାର୍ଯ୍ୟକ୍ରମରେ ଟିପିଏନଓଡିଏଲ ଅଧିକ୍ଷଣ ଯନ୍ତ୍ରୀ ହରିଶ୍ଚନ୍ଦ୍ର ପଣ୍ଡା, ନିର୍ବାହୀ ଯନ୍ତ୍ରୀ କାହ୍ନୁ ଚରଣ ସର୍ଦ୍ଦାର, ରୋଟାରୀ କ୍ଳବ ସଦସ୍ୟ ପ୍ରଶାନ୍ତ ଜେନା, ଉପେନ୍ଦ୍ର ସିଂ ଓ ଭଞ୍ଜସେନା କର୍ମକର୍ତ୍ତା କନିକା ବୋଷ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ