ଗୌର ମହାପାତ୍ର ନିଖିଳ ଓଡିଶା ଆଇନଜୀବୀ ସଂଘ ଉପସଭାପତି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଆଇନଜୀବୀ ଗୌର ପ୍ରସାଦ ମହାପାତ୍ର ନିଖିଳ ଓଡିଶା ଆଇନଜୀବୀ ସଂଘର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଭଞ୍ଜନଗରଠାରେ ୫୩ତମ ନିଖିଳ ଓଡିଶା ଆଇନଜୀବୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ଆଗାମୀ ଦୁଇବର୍ଷ ପାଇଁ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡାର ପୁଅ ତଥା କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ସଦସ୍ୟ ଗୌରପ୍ରସାଦ ମହାପାତ୍ରଙ୍କୁ ନିଖିଳ ଓଡିଶା ଆଇନଜୀବୀ ସଂଘର ଉପସଭାପତି ଭାବେ ନିର୍ବାଚିତ କରାଯାଇଥିଲା । ଶ୍ରୀ ମହାପାତ୍ର ୪୮ବର୍ଷ ଧରି କେନ୍ଦ୍ରାପଡା କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରି ପ୍ରତିଷ୍ଠା ଲାଭ କରିଛନ୍ତି । ରାଜ୍ୟସଂଘରେ ତାଙ୍କୁ ଉପସଭାପତି ଭାବେ ନିର୍ବାଚିତ କରାଯାଇଥିବାରୁ ଜିଲ୍ଲା ଆଇନଜୀବୀ ମହଲରେ ଆନନ୍ଦ ପ୍ରକାଶ ପାଇଛି ।