ପୁଣି ଫେରିଲେ ହାତୀ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ଦିଗପହଣ୍ଡି ବନାଞ୍ଚଳ ଚିକିଟୀ ଫରେଷ୍ଟ ବିଟ ଅନ୍ତର୍ଗତ କେ. ନୂଆଗାଁ ନିକଟ କନ୍ଧ ଖୁଦୁଡ଼ି ଆଖ ପାଖରେ ୩ଟି ହାତୀ ଥିବା ସୂଚନା ମିଳିଛିl ସେଥିମଧ୍ୟରେ ଦୁଇଟି ବଡ଼ ହାତୀ ସହ ଗୋଟିଏ ଛୁଆହାତୀ ଥିବା ଜଣାପଡିଛି l ଗତ କିଛି ଦିନ ହେଲେ ହାତୀ ଅନ୍ୟତ୍ର ଚାଲିଯାଇଥିବା ବେଳେ ପୁଣି ଏହି ଅଂଚଳକୁ ହାତୀ ଫେରିଥିବା ସୂଚନା ମିଳିବl ପରେ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି l ଏବେ ରାତିରେ ଲୋକ ମାନେ ସେପଟେ ଯିବାଆସିବା କରିବା ପାଇଁ ଭୟ କରୁଥିବା ଦେଖିବାକୁ ମିଳିଛି l ଜମିରେ ଧାନମଳା ଚାଲିଥିବାରୁ ଚାଷୀମାନେ ହାତୀର ଗତିପଥ ଓ ଗତିମତି ନେଇ ଚିନ୍ତିତ ହୋଇଛନ୍ତି ।ହାତୀ ପଲ ପହଞ୍ଚିବା ଖବର ପାଇ ଜଙ୍ଗଲ ବିଭାଗ ତାଙ୍କ ଗତିବିଧି ଉପରେ ନଜର ରଖି ଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ