ଆମ୍ ଆଦମୀ ପାର୍ଟି ପାଳନ କଲା ନେତାଜୀ ଜୟନ୍ତୀ

ଢେଙ୍କାନାଳ, (ତାପସଦାସ):ତାପସଦାସ :ବ୍ରିଟିଶ ସରକାର ବିରୁଦ୍ଧରେ ସାଲିସ ବିହୀନ ସଂଗ୍ରାମ କରିଥିବା ମହାନ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ, ବିପ୍ଲବୀ, କ୍ରାନ୍ତିକାରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଆମ୍ ଆଦ୍‌ମୀ ପାର୍ଟି ଢେଙ୍କାନାଳ ତରଫରୁ ଧୂପ ଓ ପୁଷ୍ପ ମାଲ୍ୟାର୍ପଣ କରି ବୈପ୍ଲବିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପରେ କୁନି କୁନି ପିଲାମାନେ ଦେଶାତ୍ମ ବୋଧକ ସଙ୍ଗୀତ ପରିବେଷଣ କରି ନେତାଜୀଙ୍କ ନାମରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ପଙ୍କଜ ନାୟକ, ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ଜିଲ୍ଲା ଉପସଭାପତି ଜିତେନ୍ଦ୍ର ବେହେରା, ଶେଷଦେବ ବେହେରା, ଗଁଦିଆ ବ୍ଲକ ୪ନଂ ଜୋନ୍ ସଭାପତି ଜୟନ୍ତ ପାଳ, ମୁନିସିପାଲିଟି ର ପିତାମ୍ବର ସାମନ୍ତରାୟ, ରଚିତା ନାଏକ, ଅନିଲ ନାଥ, ରତିରଞ୍ଜନ ଜେନା ପ୍ରମୁଖ ଅଂଶ ଗ୍ରହଣ କରି ନେତାଜୀଙ୍କ ସ୍ମୃତି ଚାରଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ