ବିଶାଳ ରକ୍ତଦାନ ଶିବିର ମହାପଦା
ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚାକଚକ୍ୟ ବିଦ୍ୟୁତ୍ ଆଲୁଅ ଠାରୁ ବହୁ ଦୂରରେ ଏକ ନିପଟ ମଫସଲ ଗାଁ ଟିଏ ମହାପଦା, ବିଶ୍ବ ପ୍ରସିଦ୍ଧ ମହିମାଗାଦୀ ଠାରୁ ଅନତି ଦୂରରେ ଅବସ୍ଥିତ ଏହି ଗାଁ ଆଜି ଦେଖାଇ ଦେଇଛି ତାହାର ଅନ୍ତରରେ ପ୍ରବାହିତ ହେଉଥିବା ଭାଇଚାରା,ବିଭିନ୍ନତା ଭିତରେ ଏକତାର ସୁତ୍ରକୁ ସୁଦୃଢ଼ କରି ଥିଲା ଆଜିର କାର୍ଯ୍ୟକ୍ରମ,ମୃଦୁ ମଳୟ ପବନକୁ ଯେପରି ଦେଖି ହୁଏ ନାହିଁ କେବଳ ଅନୁଭବ କରି ହୁଏ,ସେହିପରି ଆଜିର ଦିନରେ ଗ୍ରାମବାସୀ ମାନଙ୍କର ଖୁସି ଦେଖି ହେଉ ନଥିଲା ସତ କିନ୍ତୁ ତାକୁ ସ୍ପଷ୍ଟ ଭାବରେ ଅନୁଭବ କରି ହେଉଥିଲା । ମାଘ ମାସର ବାଘ ଶୀତକୁ ଭ୍ରୁକ୍ଷେପ ନକରି ଗ୍ରାମବାସୀ ମାନେ ଚାଲି ଆସିଥିଲେ ରକ୍ତ ଦାନ କରି ଅନ୍ୟର ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ,ରକ୍ତ ଅଭାବରୁ କୌଣସି ବ୍ୟକ୍ତିର ମୃତ୍ୟୁ ନହେଉ ଏହି ଉକ୍ତିକୁ ମର୍ମେମର୍ମେ ଅନୁଭବ କରି ଥିଲେ ଗ୍ରାମବାସୀ ଓ ଉପସ୍ଥିତ ଅତିଥି ବୃନ୍ଦ,ଏଭଳି କାର୍ଯ୍ୟକ୍ରମ ଏତେ ମାତ୍ରାରେ ସଫଳ ହେବ ତାହା ଆୟୋଜକ ଅନୁଷ୍ଠାନର ଆଶା ଠାରୁ ଅଧିକ, ଆଜିର କାର୍ଯ୍ୟକ୍ରମରୁ ଗୋଟିଏ କଥା ପରିଲକ୍ଷିତ ଯେ : ଏହି ଗ୍ରାମରେ ଉତ୍ସାହ ଭରି ରହିଛି କିନ୍ତୁ ସୁଯୋଗ ଅପେକ୍ଷାରେ ସମସ୍ତେ ରହିଲା ପରି ଅନୁଭବ ହେଉଥାଏ,ଏହିଭଳି ଜନ ହିତକର କାର୍ଯ୍ୟ ଆହୁରି ଗାଁ ରେ ହେଉ ଓ ଗାଁ ର ନାଁ ଦୂର ଦୁରନ୍ତର ପର୍ଯ୍ୟନ୍ତ ଯାଉ ଓ ସୁଦୂର ପ୍ରସାରି ହେଉ ଏହା ହିଁ ଆମର ଆଶା । ଏଭଳି କାର୍ଯ୍ୟକ୍ରମ ଆମ ଗ୍ରାମରେ ପ୍ରଥମ,ନିମନ୍ତ୍ରିତ ସମସ୍ତ ଜନ ପ୍ରତିନିଧି ମାନେ ସଠିକ୍ ସମୟରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ଆମ ପାଇଁ ଗର୍ବର ବିଷୟ । ସମସ୍ତଙ୍କର ପ୍ରଚେଷ୍ଟାରେ ଆଜି ଏହି ରକ୍ତଦାନ ଶିବିରରେ ସମୁଦାୟ ୧୧୦ ଜଣ ରକ୍ତଦାନ କରିଛନ୍ତି