ଶିମିଳିପାଳରୁ 2ଶିକାରୀ ସହ 5 ଦେଶୀ ବନ୍ଧୁକ, ସମ୍ବର ଶିଙ୍ଗ ଏବଂ ଶିକାର ସାମଗ୍ରୀ ଜବଦ

ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର ):
ଶିକାର ମୁକ୍ତ ଶିମିଳିପାଳ ଗଠନ ପାଇଁ ବନ ବିଭାଗ ପକ୍ଷରୁ ଶିମିଳିପାଳରେ ଏଆଇ କ୍ୟାମେରା ଲଗାଯାଇ ପେଟ୍ରୋଲିଙ୍ଗ ଏବଂ ଅପରେସନକୁ ଜୋରଦାର କରାଯାଇଛି. ତେବେ ଏଆଇ କ୍ୟାମେରା ଫୁଟେଜ ଆଧାରରେ ଆଜି ପୁଣି ଶିମିଳିପାଳ ସାଉଥ ୱାଇଲଡ ଲାଇଫ ଡିଭିଜନ ରୁ 2ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ 3ଜଣ ଶିକାରୀ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି. ସେମାନଙ୍କ ଠାରୁ 5ଟି ଦେଶୀ ବନ୍ଧୁକ, ସମ୍ବର ଏବଂ ହରିଣ ଶିଙ୍ଗ, ଗୋଟିଏ ଫାସ, ଗୋଟିଏ ଧନୁ, 3ଟି ତୀର ଜବଦ କରାଯାଇଥିବାର ଜଣାଯାଇଛି. ଗିରଫ ଅଭିଯୁକ୍ତ ମାନେ କପ୍ତିପଦା ଥାନା ଅନ୍ତର୍ଗତ
ନଛିପୁର ଅଞ୍ଚଳର ରାଜକିଶୋର ନାଏକ ଓରଫ ଜଟ (29) ଏବଂ କାଳିଚରଣ ଦେହୁରୀ ଓରଫ , କାଳିଆ (23) ବୋଲି ଜଣାଯାଇଛି. ଏମାନଙ୍କ ନାମରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉଲ୍ଲଂଘନ ମାମଲା ରୁଜୁ କରାଯାଇ, ଅଭିଯୁକ୍ତ ମାନଙ୍କୁ ନ୍ୟାୟିକ ରିମାଣ୍ଡ ପାଇଁ ବାରିପଦା ସିଜେଏମ କୋର୍ଟକୁ ପଠାଯାଇଛି. ଘଟଣାର ତଦନ୍ତ ଚାଲିଥିବା ବେଳେ, ଫେରାର ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବନ ବିଭାଗ କାମରେ ଲାଗିଥିବାର ଶିମିଳିପାଳ ୱାଇଲଡ ଲାଇଫର ଦକ୍ଷିଣ ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ