ରାଜ୍ୟ ସାମ୍ୱାଦିକ ସଂଘ ଏସୟୁଜେର କର୍ମକର୍ତ୍ତା ଚୟନ ବୈଠକ
କୋରାପୁଟ,(ହେମନ୍ତ କୁମାର ପାଣିଗ୍ରାହି) : କୋରାପୁଟ ଜିଲ୍ଲା ସାମ୍ୱାଦିକ ସଂଘ(ଏସୟୁଜେ)ର ୨୦୨୫-୨୬ ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ଚୟନ ସମ୍ମିଳନୀ ଜୟପୁର ସହରସ୍ଥ ସଙ୍ଗମ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାଧାରଣ ସମ୍ପାଦକ ତରୁଣ ମହାପାତ୍ର ଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବବୁଲ ସିଂ ରାଜ୍ୟ ସାଧାରଣ ଉପସଭାପତି କୀର୍ତ୍ତି ଚନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ପବନ ପାଣିଗ୍ରାହୀ,ରମେଶ ଚନ୍ଦ୍ର ସାହୁ,ପଦ୍ମନାଭ ହୋତା, ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ସର୍ବ ସମ୍ମତି କ୍ରମେ ସଂଘ ର ନୂତନ କମିଟି ର ସଭାପତି ଓ ସମ୍ପାଦକ ଏବଂ ଅନ୍ୟାନ୍ୟ ପଦ ପଦବୀ ର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ଏସୟୁଜେ ସଂଘ ରେ ଜିଲ୍ଲାରେ ପ୍ରାୟ ୧୫୦ ଉର୍ଦ୍ଧ ସାମ୍ବାଦିକ ରହିଥିବା ବେଳେ ଏହି ସମ୍ମିଳନୀରେ ସମସ୍ତ ୧୪ ଗୋଟି ବ୍ଳକ୍ ରୁ ପ୍ରାୟ ୭୦ ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଇଥିଲେ। ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟାକୁ ନେଇ ଆଲୋଚନା ପରେ ପୂର୍ଣ୍ଣାଙ୍ଗଭାବେ ୨୨ ଜଣିଆ କମିଟି ଚୟନ ହୋଇଥିଲା । ଏଥିରେ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ (ଏସୟୂଜେ)ର ସଭାପତି ଭାବେ ତରୁଣ କୁମାର ମହାପାତ୍ର ସର୍ବ ସମ୍ମତି କ୍ରମେ ଚୟନ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ବବୁଲ ସିଂ,ଉପସଭାପତି ରମେଶ ସାହୁ,କାଳି ପଟନାୟକ, ଅନୀଲ ସୁବୁଦ୍ଧି, ମୋନୋଜ ହିଆଲ, ସାଧାରଣ ସମ୍ପାଦକ ଶିଶିର ଆଚାର୍ଯ୍ୟ,ସଙ୍ଗଠନ ସମ୍ପାଦକ ଗୋପାଳ କୃଷ୍ନ ପାଢ଼ୀ,ସମ୍ପାଦକ ହାବିଲ ଡଙ୍ଗରୀ,ଏନ୍.ପିମ୍ପସ କୁମାର, ଗିରିଧର ଖରା,କୋଷାଧ୍ୟକ୍ଷ ସମୀର ରଂଜନ ପାତ୍ର,ଯୁଗ୍ମ ସମ୍ପାଦକ ଗଜେନ୍ଦ୍ର କୁମାର ସାହୁ,ଉତ୍ତମ ନାୟକ,ମହିଳା ସଙ୍ଗଠନର ଜିଲ୍ଲାସଭାପତି ସ୍ମିତା ରାଣୀ ପାତ୍ର, ସାଧାରଣ ସମ୍ପାଦିକା ଅନୀତା ଦାସ,କଲ୍ୟାଣ ପାଣ୍ଠିର ଅଧ୍ୟକ୍ଷ ପଦ୍ମନାଭ ହୋତା,ଟ୍ରିବୁନାଲ ଅଧ୍ୟକ୍ଷ ଗୈରୀ ପ୍ରସାଦ ପଟ୍ଟନାୟକ,ଆଇନ ପରାମର୍ଶଦାତା ଅଶୋକ ଷଡ଼ଙ୍ଗୀ, ଉପଦେଷ୍ଟା ମଣ୍ଡଳୀ କୀର୍ତି ଚନ୍ଦ୍ର ସାହୁ,ସତ୍ୟ ନାରାୟଣ ପଟ୍ଟନାୟକ,ବିଦ୍ୟାଧର ଚୈଧୁରୀ,ପବନ ପାଣିଗ୍ରାହୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନୃସିଂହ ଚୈଧୁରୀ(ସାନ ବାବୁ), ସୁଦର୍ଶନ ରଣା,କମଳ ଭତ୍ରା ପ୍ରମୁଖ ମନୋନୀତ ହୋଇଛନ୍ତି। ଆଗାମୀ ଦିନରେ ଏହାର ସତ୍ୟପାଠ କାର୍ଯ୍ୟକ୍ରମ କୋରାପୁଟ ଠାରେ କରିବା ପାଇଁ ନିଷ୍ପତି ନିଆଯାଇଛି।