ଜୁନିୟର ରେଡ଼କ୍ରସ ତରଫରୁ ସଚେତନତା

ଚିକିଟୀ, (ପୁଷ୍ପାଞ୍ଜଳି ମିଶ୍ର): ଚିକିଟୀ ବ୍ଳକ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧାନଘର ଉଚ୍ଚ ବିଦ୍ୟାଳୟ ତରଫରୁ ରାଧାମୋହନପୁର ଗ୍ରାମରେ ରେଡ କ୍ରସ ତରଫରୁ ସଡ଼କ ସୁରକ୍ଷା ଜୀବନ ରକ୍ଷା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟତଃ ଗାଡି ଚାଳନା ବେଳେ ହେଲିମେଟ ପିନ୍ଧିବା, ନିଶାସକ୍ତ ହୋଇ ଗାଡି ନ ଚଳାଇବା, ଟ୍ରାଫିକ ନିୟମ ମାନି ଗାଡି ଚଳେଇବl, କାର ଚଳେଇବାବେଳେ ସିଟ ବେଲ୍ଟ ପିନ୍ଧିବା, ଦ୍ରୁତ ଗତିରେ ଗାଡି ନ ଚଳେଇବl, ମୋବାଇଲ ରେ କଥା ହୋଇ ଗାଡି ନ ଚଲେଇବା ପ୍ରଭ୍ରୁତି ଉପରେ ବିଦ୍ୟାଳୟର ଛାତ୍ର ଛlତ୍ରୀ ମାନେ ଗ୍ରାମ ପରିକ୍ରମା ସହିତ ସ୍ଲୋଗାନ ଦେଇ ସଚେତନ କରିଥିଲେ l ଏହି ଅବସରରେ ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ଙ୍କ ସହିତ ଶିକ୍ଷକ ଫକୀର ମୋହନ ବିଷୋୟୀ,ପ୍ରମୋଦ କୁମାର ବୈଦ୍ୟ, ବୈକୁଣ୍ଠ ନାଥ ସାହୁ, ସୁଶାନ୍ତ କୁମାର ପଟ୍ଟନାୟକ, ବୈକୁଣ୍ଠ ନାଥ ପାଢ଼ୀ, ସିମାଞ୍ଚଳ ଗୌଡ଼ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଛାତ୍ର ଛାତ୍ରୀଙ୍କ ସହିତ ଗ୍ରାମ ପରିକ୍ରମା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ