ପଦ୍ମବେଶ
ମଇଳା ଲୁଗାରେ
ମଉଳା ପଦୁଅଁ
ଦେଖି ପଣ୍ଡା ଗଲେ ରାଗି,
ମନୋହର ଦାସ
ମନ କଷ୍ଟେ କହେ
ମୋ ପ୍ରଭୁଙ୍କୁ ଲଗା ବେଗି ।
ପଣ୍ଡା ନ’ଶୁଣିଲେ
ଧିକ୍କାରୀ କହିଲେ
ବାସି ଫୁଲ ଦେଲେ ଫିଙ୍ଗି,
ସନ୍ଥ ମନୋହର
ଅନ୍ତର କାନ୍ଦିଲା
ଅନ୍ତର୍ଯ୍ଯାମୀ ହେଲେ ସଙ୍ଗୀ ।
ଗଜପତି ସ୍ବପ୍ନେ
ନିର୍ଦ୍ଦେଶ ପାଇଲେ
ମନୋହରଙ୍କ ହିନସ୍ଥା,
ତାଙ୍କ ପଦ୍ମ ଫୁଲେ
ସେହି ପଣ୍ଡା ହସ୍ତେ
କଲେ ଶୃଙ୍ଗାର ବ୍ଯବସ୍ଥା ।
ମଉଳା ପଦ୍ମକୁ
ମାଳ କରି ପଣ୍ଡା
ପ୍ରଭୁଙ୍କ ଶୃଙ୍ଗାର କଲେ,
ସତେଜ ସୁଗନ୍ଧେ
ଶ୍ରୀଅଙ୍ଗ ବାସିଲା
ବଡସିଂହାର ବୋଲିଲେ ।
ଧନ୍ଯ ଜଗନ୍ନାଥ
ଧନ୍ଯ ତୋ ଭକତ
ଦୁର୍ଲଭ ତୋ ପଦ୍ମବେଶ,
ମାଘ ଅମାବାସ୍ୟା
ପରେ ଶନି ବୁଧ
ଏକ ଦିନ ଏହି ବେଶ ।
ଭକ୍ତ ପାଇଁ ମାଘେ
ପଦ୍ମ ଫୁଟାଇଲ
ହୋଇବାକୁ ପଦ୍ମବେଶ,
ଏବେ କନା, ଜରି
ସୋଲ ପଦ୍ମ କରି
କରୁ ତୁମ ପଦ୍ମବେଶ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ