ଅଯୋଧ୍ୟାରୁ କୋରାପୁଟ ବସ୍ ଫେରିବାରେ ବିଳମ୍ବ

କୋରାପୁଟ,(ହେମନ୍ତ ପାଣଗ୍ରାହୀ) : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ମହାକୁମ୍ଭମେଳା ନିମନ୍ତେ ଅବିଭକ୍ତ କୋରାପୁଟ ଜିଲ୍ଲା ବାସୀଙ୍କୁ ସ୍ଵତନ୍ତ୍ର ବସ ସେବା ଯୋଗାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଗତ ମାସ ତା-୨୭ ଖରେ କୋରାପୁଟରୁ ଅଯୋଧ୍ୟାକୁ ଏକ ସରକାରୀ ଭଲ୍ବୋ ବସ୍ ଯୋଗେ ୧୮ ଟି ପରିବାର ର ୪୮ ଜଣ ଯାତ୍ରୀ ପ୍ରୟାଗ ରାଜ ମହାକୁମ୍ଭରେ ଯୋଗ ଦେବାପାଇଁ ଯାତ୍ରା କରିଥିଲେ। ଏହି ଗାଡ଼ି ପ୍ରୟାଗ ରାଜ ଠାରେ ତା-୨୯ ଖରେ ପହଞ୍ଚିଥିଲା। ପୁଣି ସେଠାରୁ ଅଯୋଧ୍ୟା କୁ ଯାଇ ପରେ ବାରଣାସୀ ଦେଇ କୋରାପୁଟ କୁ ଜାନୁଆରୀ ତା-୩୧ ଖରେ ପହଞ୍ଚିଥିବାର ଥିଲା କିନ୍ତୁ ଆଜି ତା-୨ ଫେବୃଆରୀ ସନ୍ଧ୍ୟା ୮ ଘଟିକା ସୁଦ୍ଧା ଗାଡ଼ି ଫେରିବାରେ ବିଳମ୍ବ ହେଉଥିବା ଯୋଗୁଁ ଯାତ୍ରୀମାନଙ୍କ ପରିବାର ମଧ୍ୟରେ ନାହିଁନଥିବା ଆଶଙ୍କା ଉପୁଜିଛି। ପ୍ରୟାଗ ରାଜ ମହାକୁମ୍ଭରେ ଯୋଗ ଦେବାପାଇଁ ଦେଶ ଓ ଦେଶ ବାହାରୁ ଲକ୍ଷ, ଲକ୍ଷ ଭକ୍ତମାନେ ଭିଡ ଜମାଉଛନ୍ତି। ଏପରି ସ୍ଥିତିରେ ପ୍ରୟାଗ ରାଜକୁ ଯାତ୍ରା କରୁଥିବା ସମସ୍ତ ରାସ୍ତା ଗୁଡିକରେ ପ୍ରବଳ ଟ୍ରାଫିକ ସମସ୍ୟା ଲାଗିରହିଛି। ଏପରିକି ଦଳା, ଚକଟାରେ ମଧ୍ୟ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଥିବା ଖବର ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କୌଣସି ଜିଲ୍ଲାରୁ ମହାକୁମ୍ଭ ପାଇଁ ଓଏସଆରଟିସି ବସ୍ ଯାତ୍ରା ନକରିବାକୁ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାଗ ରାଜ ମହାକୁମ୍ଭରେ ଯୋଗ ଦେବାପାଇଁ ସ୍ବଳ୍ପ ମୂଲ୍ୟରେ ବସ୍ ସେବା ଯୋଗାଇଦେବା ହେତୁ କୋରାପୁଟ ଠାରୁ ଅଯୋଧ୍ୟାକୁ ଯାଉଥିବା ଜାନୁଆରୀ ୨୭, ଫେବୃଆରୀ ୨,୧୦,୧୭ ଓ ୨୪ ତଥା ୫ ଟ୍ରିପ ମଧ୍ୟରୁ ୪ ଟ୍ରିପ୍ ର ସମସ୍ତ ଟିକେଟ ବୁକିଙ୍ଗ୍ ସରିଥିଲା। ଏଥି ମଧ୍ୟରୁ ୨୭ ଜାନୁଆରୀ ରେ କୋରାପୁଟ ଠାରୁ ଅଯୋଧ୍ୟାକୁ ଯାତ୍ରା କରିଥିବା ବସ୍ ର ଫେରିବା ବିଳମ୍ବ କୁ ନେଇ ରାଜ୍ୟ ପରିବହନ ନିଗମ ପକ୍ଷରୁ ୨ ଫେବୃଆରୀ ରେ ବୁକିଙ୍ଗ କରିଥିବା ଯାତ୍ରୀମାନଙ୍କ ଟିକଟ୍ ବୁକିଙ୍ଗ୍ କ୍ୟାନସେଲ୍ କରି ଯାତ୍ରୀମାନଙ୍କୁ ଟଙ୍କା ଫେରସ୍ତ କରି ଦିଆଯାଇଛି। ଫେବୃଆରୀ ୧୦ ଓ ୧୭ ତାରିଖର ଟିକେଟ ବୁକିଙ୍ଗ୍ ଫେରସ୍ତ କରାଯାଇ ନାହିଁ। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯଦି କୌଣସି ସୂଚନା ଜାରି କରାଯିବ ତାହେଲେ ଅଯୋଧ୍ୟାକୁ ପୁଣି ଗାଡ଼ି ଗଡିବ ବୋଲି ଦାୟୀତ୍ୱରେ ଥିବା ଜିଲ୍ଲା ପରିବହନ ମ୍ୟାନେଜର ଈଶ୍ଵର ମହାପାତ୍ର ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ