ସପ୍ତମ ଶେଣୀ ଛାତ୍ରୀଙ୍କ ଉଲଗ୍ନ ଫଟୋ ଭାଇରାଲ ମାମଲା, ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳ ରେ ଏକ ଲଜ୍ଜା ଜନକ ଓ ଅତ୍ୟନ୍ତ ସ୍ପର୍ଶ କାତର ଘଟଣା ସାମ୍ନା କୁ ଆସିଛି।  ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ଛାତ୍ରୀ ଙ୍କୁ ସ୍କୁଲ ପାଖରୁ ଜବରଦସ୍ତ ଉଠାଇ ନେଇଥିଲେ ୩ ଅସାମାଜିକ ଯୁବକ।ପରେ ଭୟଭୀତ ଅବସ୍ଥାରେ ଥିବା ଛାତ୍ରୀ ଙ୍କୁ  ଉଲଗ୍ନ କରି ତାଙ୍କ ଭିଡ଼ିଓ ଓ ଫଟୋ ଉତ୍ତୋଳନ କରି ପରେ ଭାଇରାଲ କରିଥିବା ପଦ୍ମନ ନାଇକ ଏବଂ ଜି.ଜଗନ୍ନାଥ ଦୋରା ଙ୍କୁ ଦିଗପହଣ୍ଡି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଗିରଫ କରି ଥାନା ମାମଲା ନଂ.୫୨/୨୫ ଅନୁଯାୟୀ ସୋମବାର ବ୍ରହ୍ମପୁର ପୋକ୍ସ କୋର୍ଟ କୁ ଚାଲାଣ କରିଛନ୍ତି।ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟ ଙ୍କୁ ବ୍ରହ୍ମପୁର ଜେଲ  ହାଜତକୁ ପଠାଇ ଦିଆଯାଇଛି।ଏହି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅସାମାଜିକ ଯୁବକ ଫେରାର ଥିବା ତଦନ୍ତକାରୀ ଅଧିକାରୀ ଆଇଆଇସି କହିଛନ୍ତି।ଗତ ଜାନୁଆରୀ ୨୭ ତାରିଖରେ ସ୍କୁଲ ରେ ମଧ୍ୟାହ୍ନ ବିରତି ପରେ ଅଭିଯୁକ୍ତ ମାନେ ଛାତ୍ରୀ ଙ୍କୁ କୌଶଳକ୍ରମେ ଡାକି ନେଇ ପରେ ତାଙ୍କୁ ଅପହରଣ କରି ଏକ ନିରୋଳା ସ୍ଥାନ କୁ ନେଇଥିଲେ। ସେଠାରେ ତାଙ୍କୁ ଭିଡା ଟଣା କରି ସମ୍ପୂର୍ଣ୍ଣ ଉଲଗ୍ନ କରିବା ସହ ତାଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ। ପରେ ସେମାନେ ତାଙ୍କୁ ବାଟ ଘାଟ ରେ ଅଟକାଇ ବ୍ଲାକ ମେଲିଂ କରିଥିଲେ।ଛାତ୍ରୀ ଜଣକ ଅଭିଯୁକ୍ତ ମାନଙ୍କ କଥାରେ ସହମତି ପ୍ରକାଶ ନକରିବାରୁ ଅଭିଯୁକ୍ତ ମାନେ ମୋବାଇଲ ଫୋନ ରେ ଉଠାଇଥିବା ଭିଡ଼ିଓ ଏବଂ ଫୋଟ କୁ ଭାଇରାଲ କରିଦେଇଥିଲେ।ଛାତ୍ରୀ ଙ୍କ ବାପା ଘଟଣା ଜାଣିବା ପରେ ସୋମବାର ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ।ଆଇଆଇସି ଏତଲା କୁ ଭିତ୍ତିକରି ଅଭିଯୁକ୍ତ ମାନଙ୍କ ବିରୋଧରେ ତତ୍କାଳ ମକଦ୍ଦମା ରୁଜୁ କରିବାସହ ନିଜେ ଘଟଣାର ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ ଜାରି ରଖିଛନ୍ତି।ଗିରଫ ଅଭିଯୁକ୍ତ ଦ୍ବୟ ଙ୍କ ଠାରୁ ବ୍ୟବହୃତ ମୋବାଇଲ ଫୋନ ଜବତ କରାଯାଇଛି। ଏହି ସମ୍ବେଦନଶୀଳ ଘଟଣା କୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି।ଦୋଷୀ ମାନଙ୍କୁ କଠୋର ଦଣ୍ଡବିଧାନ ପାଇଁ ଛାତ୍ରୀ ଙ୍କ ସମ୍ପର୍କୀୟ ଲୋକେ ଏବଂ ସମ୍ପୃକ୍ତ ଗ୍ରାମର ଗ୍ରାମବାସୀ ବୃନ୍ଦ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ