ଜଳଡିହି ଗ୍ରାମରେ ମା’ ତାରିଣୀଙ୍କ ୨୭ ତମ ପ୍ରତିଷ୍ଠା ଉତ୍ସବ ଏବଂ ବିଶ୍ଵଶାନ୍ତି ଯଜ୍ଞ

କୋଇଡା, (ଅକ୍ଷୟ କୁମାର ବିଶ୍ୱାଳ):ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଳକ ଅନ୍ତର୍ଗତ ଡେଙ୍ଗୁଳା ଗ୍ରାମ ପଞ୍ଚାୟତର ଜଲଡିହି ଗ୍ରାମରେ ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ମା’ ତାରିଣୀଙ୍କ ୨୭ ତମ ଏକ ଦିନାତ୍ମକ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଗ୍ରାମ୍ୟ ଜଳାଶୟରୁ କଳଶରେ ଜଳ ଅଣାଯାଇ କଳଶ ସ୍ଥାପନା କରାଯାଇଥିଲା । ମୁଖ୍ୟ ପୂଜକ ସୁନ୍ଦର ନାରାୟଣ ମିଶ୍ର,ବଳରାମ ଶତପଥୀ,ଅନୁ ଦେହୂରୀ,ସୁରେଶ ଦାସ ପ୍ରମୁଖ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । କର୍ତାଭାବେ କମଳାକାନ୍ତ କର ଏବଂ ତାଙ୍କ ସହଧର୍ମିଣୀ ସରସ୍ବତୀ କର ଦାୟିତ୍ଵ ନିଭାଇଥିଲେ ।ପୂଜକ ପ୍ରାରମ୍ଭରେ ସୂର୍ଯ୍ୟପୂଜା,,ଗୋମାତା ପୂଜା,ଦେବୀ ମହାସ୍ନାନ,ଦେବୀ ଷୋଡ଼ଷ ଉପଚାର ପୂଜା,ଚଣ୍ଡିପାଠ, ପୂର୍ଣ୍ଣାହୁତି କରା ଯାଇଥିଲା ।ପରେ କମିଟି ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କ ପ୍ରସାଦ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରଦୀପ ସାହୁ,ମୋହନ ସାହୁ,ମୁନା ତାରଣ,ମଣ୍ଟୁ ମହାନ୍ତି,ବଳିଆର ସିଂ, ନୀଳକଣ୍ଠ ସାହୁ, କାଳନ୍ଦୀ ସେନାପତି,ଦୀପକ ସାହୁ, ମନୋରଞ୍ଜନ ସାହୁ,ନିବେଶ ସିହ୍ନା ଏବଂ ଅନ୍ୟମାନେ ପରିଚାଳନା ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ