ଖଣ୍ଡୋକଟା ୩୨ତମ ବିରାଟ ଧନୁଯାତ୍ରା ଚତୁର୍ଥ ଦିନ ଗୋପପୁର କୁ ଅକ୍ରୁର ପ୍ରେରଣ

କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ ଖଣ୍ଡୋକଟା ଠାରେ ଚାଲିଥିବା ୩୨ ତମ ବିରାଟ ଧନୁଯାତ୍ରା ମସୋତ୍ସବ ର ଆଜି ଚତୁର୍ଥ ଦିବସରେ ପହଞ୍ଚିଛି। ଆଜି କୃଷ୍ଣ ବଳରାମ ଙ୍କୁ ହତ୍ୟା ପାଇଁ ଚାଲିଥିବା ଦରବାର ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ପାନୀୟ ଜଳ,ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଓଡ଼ିଶା ସରକାରଙ୍କ ବିକଶିତ ଗାଁ ଓ ପର୍ଯ୍ୟାପ୍ତ ପରିମାଣ ରେ ନିଯୁକ୍ତି ରାସ୍ତା ନିର୍ମାଣ ର ପ୍ରତିଶୃତି ପ୍ରଦାନ କରିଥିଲେ।ସମ୍ମାନୀତ ଅତିଥି ଭାବେ ଖେଳ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟ ବଂଶି ସୂରଜ ଏହି ଅବସରରେ କୁଚିଣ୍ଡା ରେ ଏକ ଖେଳ କମ୍ପ୍ଲେକ୍ସ ନିର୍ମାଣ ସହିତ ପଶ୍ଚିମ ଓଡ଼ିଶା ର କଳା ର ଉନ୍ନତୀ ପାଇଁ ତାଙ୍କ ବିଭାଗ ପକ୍ଷରୁ ପଦକ୍ଷେପ ନେବା ସହିତ ଧନୁଯାତ୍ରା ପାଇଁ ୫ ଲକ୍ଷ ଅନୁଦାନ ଘୋଷଣା କରିଥିଲେ।ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟରାଜ କିସାନ,ବାମରା ବ୍ଲକ ଚେୟାରମେନ ପିଙ୍କି ଧରୁଆ , ସମ୍ବଲପୁର ବିଶ୍ବବିଦ୍ୟାଳୟ ଭାଇସ‌ ଚାନସେଲର ବିଦୁଭୂଷଣ ମିଶ୍ର, ସିଡିଏ ସମ୍ବଲପୁର ବସନ୍ତ ପାତ୍ର ଯୋଗଦାନ କରିଥିଲେ। ଆଜି ଦିନ ସମୟରେ ମହାରାଜ କଂସ ଙ୍କ ମଥୁରା ନଗର ଭ୍ରମଣ କରିଥିବା ସମୟରେ ରାଜସଭାରେ କୃଷ୍ଣ ବଳରାମ ଙ୍କୁ ହତ୍ୟା କରିବା ପାଇଁ ପଠାଇଥିବା ଗୋଟି ଗୋଟି ପ୍ରବଳ ପ୍ରତାପି ଅସୁର ମାନେ ନିଧନ ହେବା ଖବର ପାଇବା ପରେ କଂସ ଅଧିକ କ୍ରୋଧାନ୍ୱିତ ସହ ମର୍ମାହତ ହେବା। କଳେ ବଳେ କୈଶଲେ କୃଷ୍ଣ ବଳରାମ ଙ୍କୁ ହତ୍ୟା କରିବା ପାଇଁ ଧନୁଯାତ୍ରା ଆୟୋଜନ କରିବା ନିଷ୍ପତ୍ତି ନେଇ ଧନୁଯାତ୍ରା ‌ରେ କପଟ ରେ ଭଣଜା ଦ୍ବୟ ଙ୍କୁ ହତ୍ୟା କରିବା ଲକ୍ଷ୍ୟ ନେଇ ଅକ୍ରୁର ପ୍ରରଣ ନାଟ୍ୟ ଅଭିନୟ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ସାଂସ୍କୃତିକ ଓ ରାତ୍ରୀ ରେ ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ଉମାକାନ୍ତ ବାରିକ ଏବଂ ମାଁ ଇଷ୍ଟଦେବୀ ମେଲୋଡି ପ୍ରଦର୍ଶନ ହୋଇଥିଲା।ଏହି ଅବସରରେ ବହୁ ଜନସମାଗମ ଦେଖିବାକୁ ମିଲିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ