ବଢୁଛି ଖରା,ଜଙ୍ଗଲ ରୁ ନିଆଁ ଦାୟୁରୁ ରକ୍ଷା ପାଈଁ ସଚେତନତା
ରାଇକିଆ, (ଯୁଗାବ୍ଦ ନ୍ୟୁଜ):ଗ୍ରୀଷ୍ମ ବଢ଼ିଲେ ଜଙ୍ଗଲ ରେ ନିଆଁ ଲାଗିବା ର ସମ୍ଭାବନା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟି ରେ ରଖି କନ୍ଧମାଳ ଜିଲ୍ଲା ରାଇକିଆ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତନ ବିଭାଗ ତରଫରୁ ବୁଧବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମୟ ରେ ଜଙ୍ଗଲ ରେ ନିଆଁ ଲାଗିଲେ ଏହାକୁ ରୋକିବା କାଠିକର ପାଠ ହୋଇଥାଏ । ଜଙ୍ଗଲ ରେ ଜୀବଜନ୍ତୁ ଙ୍କ ଠାରୁ ଆରମ୍ଭ କରି ଜଙ୍ଗଲ ଯାତ ଦ୍ରବ୍ୟ ପର୍ଯ୍ୟନ୍ତ ବ୍ୟାପକ କ୍ଷୟ କ୍ଷତି ହୋଇଥାଏ । ସଚେତନତା ମାଧ୍ୟମ ରେ ଏହାକୁ ରୋକା ଯାଇ ପାରିବ ବୋଲି ଅତିଥି ମାନେ ପ୍ରକାଶ କରିବା ସହ ଏ ଦିଗରେ କାର୍ଯ୍ୟ କରିବା ପାଈଁ ପରାମର୍ଶ ଦେଇଥିଲେ । ପୂର୍ବରୁ କଲେଜ ଛାତ୍ରୀ ଛାତ୍ର ଏବଂ ବନ ସଂରକ୍ଷଣ ସମିତି ସଦସ୍ୟ ଙ୍କୁ ନେ଼ଇ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା । ରେଞ୍ଜର ଯୁଧିଷ୍ଠିର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଏସିଏଫ୍ ଶ୍ୱେତାଲିନ ସାହୁ, ଫାୟାର ମ୍ୟାନ କାଳୁ ଚରଣ ମହାନ୍ତି ଯୋଗ ଦେଇଥିଲେ । ଫରେଷ୍ଟର ଉଷଦ କହଁର, ଫରେଷ୍ଟ ଗାର୍ଡ ଅଙ୍ଗଦ ଦିଗାଲ, ଲିଲି ମଲ୍ଲିକ, ଉର୍ଶିଲା ପ୍ରଧାନ, ନର୍ମଦା ମହାରଣା,ଦୁର୍ଗା ଶଙ୍କର ପ୍ରଧାନ, ଶାନ୍ତନୁ ବ୍ରହ୍ମା, ମୁକେଶ ପ୍ରଧାନ ପରିଚାଳନା କରିଥିଲେ । ଟିମ୍ ଲିଡର ସଞ୍ଜୟ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।