ଗାନ୍ଧୀଜୀଙ୍କ ୧୫୦ତମପୂର୍ତ୍ତି ଉପଲକ୍ଷେ ଶାନ୍ତି-ସଂହତି-ସଦଭାବନା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା- କେନ୍ଦ୍ରାପଡା ସମଗ୍ର ଦେଶ ଏବେ ଆତଙ୍କବାଦ,ଧର୍ମୀୟ,ଅସହିଷ୍ଣୁତା,ହିଂସା ଓ ଦୁଷ୍କର୍ମର ଚକ୍ର ବ୍ୟୁହରେ ପେଶି ହେଉଥିବା ବେଳେ ଦେଶରେ ସଂହତି,ଭାଇଚାରା ଓ ଶାନ୍ତି ସ୍ଥାପନ କରିବା ଉଦେଶ୍ୟରେ ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରିବା ପାଇଁ ଗାନ୍ଧୀ-୧୫୦ ପକ୍ଷରୁ ଏକ ଶାନ୍ତି-ସଂହତି-ସଦଭାବନା ଯାତ୍ରା ରାଜ୍ୟ ପରିକ୍ରମା କରୁଛି । ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ରାଷ୍ଟ୍ରୀୟ ଯୁବା ସଂଗଠନ ପ୍ରଭୃତି ଗାନ୍ଧିବାଦୀ ସଂଗଠନ ଗୁଡିକର ସଂଯୋଜନାରେ ଓଡିଶାରେ ହେଉଥିବା ଏହି ୨ୟ ପର୍ଯ୍ୟାୟର ପ୍ରଚାର ଅଭିଯାନ ପାଇଁ ସହରସ୍ଥ ଜିଲ୍ଲା ବିକାଶ ସାମ୍ମୁଖ୍ୟ ସଭାଗୃହରେ ଗାନ୍ଧି – ୧୫୦ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଡଃ.ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧି – ୧୫୦ ର ଜିଲ୍ଲା ସଂଯୋଜକ ଆଦିକନ୍ଦ ରାଉଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ପରେ ରାଷ୍ଟ୍ରୀୟ ଯୁବା ସଂଗଠନର ରାଜ୍ୟ କମିଟି ସଭ୍ୟ ମାନସ ପଟ୍ଟନାୟକ ପ୍ରଚାର ଅଭିଯାନର ଉଦେଶ୍ୟ ଜ୍ଞାପନ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ଜାନୁଆରୀ ମାସ ୨୪ ଓ ୨୫ତାରିଖ ଦୁଇଦିନ ଧରି ହେବାକୁ ଥିବା ପ୍ରଚାର ଅଭିଯାନକୁ ସଫଳ କରିବା ପାଇଁ ଉପସ୍ଥିତ ସଦସ୍ୟମାନେ ଆଲୋଚନା କରିବା ପରେ ସଭାପତି ଡଃ.ଦାସ ଓ ସମ୍ପାଦକ ଶ୍ରୀ ରାଉଳଙ୍କ ନେତୃତ୍ୱରେ ଅଧ୍ୟାପକ ଅଜୟ ସାମଲ, ନିରଞ୍ଜନ ସାହୁ, ମହମ୍ମଦ ମୁସ୍ତାକ, ରମଣୀରଞ୍ଜନ ରାଉତରାୟ, ଶ୍ରୀନିବାସ ପରିଡା, ନଳିନୀକାନ୍ତ ପୃଷ୍ଟି, ନିରଞ୍ଜନ ଖଟୁଆ, ଗୟାଧର ଧଳ, ମୁକ୍ତାର ଖାଁ, ମରୁତ କୁମାର ସ୍ୱାଇଁ, ନିରଞ୍ଜନ ପରିଡା, ବୈଷ୍ଣବ ଚରଣ ସ୍ୱାଇଁ, ଅବଧୂତ ରାଉତ ପ୍ରମୁଖ ସଦସ୍ୟମାନଙ୍କୁ ନେଇ ଏକ ୧୫ଜଣିଆ ଅଭ୍ୟର୍ଥନା ସମିତି ଗଠନ କରାଯାଇଥିଲା । ଶେଷରେ ମଧୁସୂଦନ ଗେରୁ ଧନ୍ୟବାଦ ଅର୍ପଣ କରିଥିଲେ ।