ନିଶାର୍ଦ୍ଧ ରେ ନାରୀ ସମାଜ ସେବୀ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଗତକାଲି ରାତ୍ର ୦୭.୩୦ ମି: ସମୟରେ ବରଗଡ ଜୀରା ନଦୀ ନୂଆ ବ୍ରିଜ ରେ ଏକ ମଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ହେବାରୁ ସେଥିରେ ବସିଥିବା ଜନୈକ ଦମ୍ପତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ଉପରେ ପଡିଥିଲେ ! ଅନେକ ଲୋକ ସେହି ବାଟରେ ଯାଉଥିଲେ ହେଁ କେହି ସହାୟତା କରିନଥିଲେ ! ପରେ ବରପାଲି ଫାର୍ମାସିଷ୍ଟ ମହାବିଦ୍ୟାଳୟ ର ସଭାପତି ନରେନ୍ଦ୍ର ହୋତା ସପତ୍ନୀକ ସେହିବାଟ ଦେଇ ଯାଉଥିବା ସମୟରେ ଏହି ଦୃଶ୍ୟ ଦେଖି ସମାଜସେବୀ ସଂଘମିତ୍ରା ପଟେଲ ଙ୍କୁ ଫୋନ କରି ଜଣାଇବା ପରେ ସାଙ୍ଗେ ସାଙ୍ଗେ ଶ୍ରୀମତୀ ପଟେଲ ଦୁର୍ଘଟଣା ସ୍ଥଳକୁ ପହଞ୍ଚି ପୋଲିସ ଓ ଅଟୋ ସାହାଯ୍ୟ ରେ ଡାକ୍ତରଖାନା କୁ ନେଇ ଡାକ୍ତରଙ୍କ ଦ୍ଵାରା ତୁରନ୍ତ ଚିକିତ୍ସା କରାଇବା ସହିତ ତାଙ୍କ ଗ୍ରାମ ବିଜେପୁର ଥାନା ଅନ୍ତର୍ଗତ ପିପିଲିପାଲି କୁ ଉକ୍ତ ଅଟୋରେ ତାଙ୍କ ଘରକୁ ପଠାଇଥିଲେ ! ଅଟୋ ଚାଳକ ସାରଥୀ ମେହେର ବିନା ମୂଲ୍ୟରେ ସେମାନଙ୍କୁ ଘରେ ଛାଡ଼ିଦେଇଥିଲେ ! ଜଗମୋହନ ସାହୁ ପତ୍ନୀ ଲିଳୀମା ସାହୁ ଏବଂ ତାଙ୍କ ୧୦ ବର୍ଷର କୁନୀ ଝିଅ ପରୀ ସହ ସମ୍ବଲପୁର ରେ ଏକ ବିବାହ ଉତ୍ସବରେ ଯୋଗଦେଇ ଫେରିବା ବାଟରେ ବରଗଡ଼ ଜୀରା ବ୍ରିଜ ଉପରେ ଭାରସାମ୍ୟ ହରାଇ ଦୁର୍ଘଟଣା ର ସୀକାର ହୋଇଥିଲେ !ତେବେ ଠିକ୍ ସମୟରେ ତାଙ୍କର ଚିକିତ୍ସା ସହାୟତା ଯୋଗାଇ ଦେଇଥିବାରୁ ଶ୍ରୀମତୀ ପଟେଲ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ