କପିଳାସ ପୀଠର ଅବ୍ୟବସ୍ଥା ସୁଧାର ନ ଆସିଲେ ଆସନ୍ତା ୨୮ ତାରିଖରେ କପିଳାସ ସୁରକ୍ଷା ପରିଷଦ ତରଫରୁ ଅନଶନ ଧର୍ମଘଟ

ଢେଙ୍କାନାଳ,(ତାପସ ଦାସ):ସଂଧ୍ୟା ରେ କପିଳାସ ସୁରକ୍ଷା ପରିଷଦ ତରଫରୁ ଏକ ” ପ୍ରତିବାଦ ସଭା ” ସଭାପତି ଗୁରୁ ଚରଣ ମହାପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଏକ ୨୨ ଦଫା ସମ୍ବଳିତ ଦାବି ପତ୍ର ଢେ଼ଙ୍କାନାଳ ଜିଲ୍ଲାପାଳ ଙ୍କୁ ଦିଆଯିବା ପାଇଁ ସର୍ବସମ୍ମିକ୍ରମେ ପ୍ରସ୍ତାବ ଗ୍ରହଣ କରାଗଲା ।ଏହି ପ୍ରସ୍ତାବ ଗୁଡିକ ଭିତରେ କପିଳାସ ର ସଇରାତ ନିଲାମ ବ୍ୟବସ୍ଥା କୁ ବ୍ୟବସ୍ଥିତ କରିବା ,ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ଆର୍ଥିକ ଶୋଷଣ ବନ୍ଦ କରିବା,କପିଳାସ ପୀଠ ର ପରିବେଶ ର ସୁରକ୍ଷା କରିବା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବିଟ ହାଉସ କୁ ଫାଣ୍ଡି ରେ ପରିଣତ କରିବା, କପିଳାସ ଠାକୁର୍ ଙ୍କ ଜମି ଗୁଡ଼ିକ ମାଫିଆ ଙ୍କ କବକ ରୁ ମୁକ୍ତ କରିବା, ପୀଠ ଉପରେ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା କୁ ବ୍ୟବସ୍ଥିତ କରିବା ,ପୀଠରେ ବ୍ୟବସ୍ଥିତ ପରି ଚାଳନା ପାଇଁ ସ୍ଥାୟୀ କର୍ମଚାରୀ ନିଯୁକ୍ତି କରିବା ଓ ଶ୍ରଦ୍ଧାଳୁ ମାନଙ୍କୁ ରାତ୍ରି ରହଣି ବ୍ୟବସ୍ଥା ପୂର୍ବଭଳି ଲାଗୁ କରିବା ବ୍ୟବସ୍ଥା କରିବା ପ୍ରଭୁତି ଦାବି ଗୁଡ଼ିକ ଅନ୍ୟତମ । ଏହି ସଭାରେ ଆସନ୍ତା ୧୩ ତାରିଖ ଗୁରୁବାର ଦିନ କପିଳାସ ସୁରକ୍ଷା ପରିଷଦ ତରଫରୁ ଏକ ” ସ୍ୱଚ୍ଛତା ଅଭିଯାନ” କାର୍ଯ୍ୟକ୍ରମ ପାଇଁ ନିଷ୍ପତି କରାଗଲା । ଯଦି ଜିଲ୍ଲା ପ୍ରଶାସନ ତରଫରୁ ଏହି ୨୨ ଦଫା ଦାବି ପ୍ରତି ଅଣଦେଖା କରାଯାଏ ତେବେ ଆସନ୍ତା ୨୮ ତାରିଖ ପୂର୍ବାହ୍ନ ୧୦ ଘଟିକା ଠାରୁ କପିଳାସ ସିଂହ ଦ୍ଵାର ସମ୍ମୁଖ ରେ ” କପିଳାସ ସୁରକ୍ଷା ପରିଷଦ ” ତରଫରୁ ଅନଶନ ଧର୍ମଘଟ ଦାବି ହାସଲ ହେବ ପର୍ଯ୍ୟନ୍ତ ଚାଲୁ କରାଯିବ ।ଏହି ସଭାରେ ପରିଷଦ ର ଆବାହକ ତଥା ପୂର୍ବତନ ବିଧାୟକ ନବିନ ନନ୍ଦ, ଗନ୍ଦିଆ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ମଳୟ ସିଂହ , ମନରେଗା ର ପୂର୍ବତନ ଲୋକପାଳ ଅମରେନ୍ଦ୍ର ମଲ୍ଲ , ପୂର୍ବତନ ସରପଂଚ ମଙ୍ଗରାଜ ବାରିକ , ପୂର୍ବତନ ସରପଂଚ ତଥା ଷଡ଼ଙ୍ଗୀ ସେବା ସମବାୟ ସମିତି ର ସଭାପତି ଶ୍ରୀ ଗୋବର୍ଦ୍ଧନ ନାୟକ, ରତନପୁର ସେବା ସମବାୟ ସମିତି ର ସଭାପତି ଦୁଃଖବନ୍ଧୁ ଦାସ, ଅସିତ୍ ମହାନ୍ତି, ଶ୍ରୀଧର ପାତ୍ର,ସରୋଜ ମହାଳିକ, ଭାଗ୍ୟବାନ ପ୍ରଧାନ, ଟଙ୍କଧର ଭଞ୍ଜ, ସବୁଜ ପ୍ରତାପ ରାଉତ, ପ୍ରକାଶ ପତି , ସୁରେନ ପତି , ବିଦ୍ୟାଧର ସାହୁ ଙ୍କ ସମେତ ଶତାଧିକ ସଭ୍ୟ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ