ଆକ୍ସନ ମୁଡ ରେ ପୁଲିସ୍ , ୫ହାଇୱା ଓ ୫ଟ୍ରାକ୍ଟର ଜବଦ, ବାଲି ମାଫିଆ ଛାନିଆ
ହାଟଡିହି, (ବିକାଶ ବିଶ୍ୱାଳ):ଆକ୍ସନ ମୁଡରେ ଏବେ ପୋଲିସ୍। ଡିଜିପିଙ୍କ ନିର୍ଦେଶ ପରେ ବେଆଇନ ଲଘୁ ଖଣିଜ ପରିବହନ ଉପରେ ପୁଲିସର ସ୍ୱତନ୍ତ୍ର ନଜର ପଡିଛି। ଲଘୁ ଖଣିଜ ପରିବହନ ଉପରେ ରୋକ୍ ଲଗାଇବା ପାଇଁ ପୁଲିସ୍ ପେଟ୍ରୋଲିଂ ବ୍ୟବସ୍ଥା କୁ ଜୋରଦାର କରିଛି। ବାଲି ଚୋରା ଚାଲାଣକୁ ନେଇ ବାରମ୍ବାର ଅଭିଯୋଗ ପରେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ପୁଲିସ ଗତ କାଲି ହାବଳେଶ୍ଵର, ଡ ଡଅଁର, ଶାଳଣିଆଁ, ଗେଡମା ର ବିଭିନ୍ନ ସ୍ଥାନରେ ଚଢାଉ କରି ୫ଟି ହାଇୱା ଜବଦ କରିଥିବା ବେଳେ ଆଜି ସକାଳୁ ସକାଳୁ ଓରାଳି ନିକଟରୁ ୫ଟି ଟ୍ରାକ୍ଟରକୁ ଜବଦ କରିଛି। ଚଢ଼ାଉ ସମୟରେ ଚାଳକ ମାନେ ଦୌଡି ପଳାଇବାକୁ ସକ୍ଷମ ହୋଇଛନ୍ତି। ଏନେଇ ନନ୍ଦିପଦା ଥାନାରେ ୧୦ଟି ମାମଲା ମଧ୍ଯ ରୁଜ୍ଜୁ କରାଯାଇଛି। ହାଟଡିହି ତହସିଲ ଅଧିନରେ ୪ଟି ଲିଜ ବାଲିଘାଟ ଚାଲିଥିବା ବେଳେ ଅନେକ ଗୁଡ଼ିଏ ବେଆଇନ ଘାଟ ମଧ୍ଯ ଚାଲୁ ରହିଛି। ଏହି ଘାଟରୁ ନିୟମିତ ଶହ ଶହ ଗାଡ଼ିରେ ବେଆଇନ ଭାବେ ବାଲି ପରିବହନ ହେଉଥିଲା। ନନ୍ଦିପଦା ଥାନାର ଆଇପିଏସ ଅଧିକାରୀ ରାକେଶ ସାହୁଙ୍କ ଇନ୍ସପେକ୍ଟର ରବିନ୍ଦ୍ର କୁମାର ପାତ୍ର , ଏସ ଆଇ ଅନୁପ କର, ଓ ଥାନାର ଅନେକ କନେଷ୍ଟବଳ ମାନେ ସାମିଲ ହୋଇଥିଲେ।


