ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ,ଜଗତସିଂହପୁର ତତ୍ୱାବଧାନରେ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଗଠନ ଓ ସୋସିଆଲ ମିଶନ ୱାର୍ଲଡର ମିଳିତ ଆନୁକୁଲ୍ୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଏଥିରେ ଯକ୍ଷ୍ମା ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ସଂଗ୍ରାମ କିଶୋର ମହାନ୍ତି, ଡାକ୍ତର ସୁଶ୍ରୀ ସଙ୍ଗୀତା ବେହୁରା ଅତିଥି ଭାବେ ଯୋଗ ଦେଇ ଯକ୍ଷ୍ମା ରୋଗକୁ କିଭଳି ପ୍ରତିହତ କରାଯାଇ ପାରିବ ସେବିଷୟରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପରିଦର୍ଶକ ତ୍ରିଲୋଚନ ମହାନ୍ତି, ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ ଉର୍ମିଳା ତରାଇ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ ଗୀତାରାଣୀ ସ୍ୱାଇଁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ଦାସ ଆଦି ଯୋଗ ଦେଇ ଯକ୍ଷ୍ମା ଦିବସ ଉପରେ ଗୁରୁତ୍ୱାରୋପ କରିଥିଲେ । ସୋସିଆଲ ମିଶନ ୱାର୍ଲଡର ପରିଚାଳନା ନିର୍ଦ୍ଦେଶକ ସର୍ବେଶ୍ୱର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ,ସମାଜସେବୀ ଓ ରୋଗୀମାନେ ଯୋଗ ଦେଇଥିଲେ ।