ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥୀତ୍ୱକୁ ନେଇ ଅମରେନ୍ଦ୍ରଙ୍କ ଶକ୍ତି ପଦର୍ଶନ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ଜଗତସିଂହପୁର ଜିଲ୍ଲା ବାଲିକୁଦାଏରସମା ନିର୍ବାଚନମଣ୍ଡଳୀ ଆସନରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା ପ୍ରଶାନ୍ତ ମୁଦୁଲିଙ୍କୁ ବିଜେଡି ଦଳ ପକ୍ଷରୁ ଜଗତସିଂହପୁର ଆସନରୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ଜଗତସିଂହପୁର ବିଜେଡିର ଆଶାୟୀ ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କ ସମର୍ଥକ ମାନେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ପରିପେକ୍ଷୀରେ ଅମରେନ୍ଦ୍ର ଦାସଙ୍କ ସହିତ ତାଙ୍କ ସମର୍ଥକ ମାନେ ଗୁରୁବାର ଅପରାହ୍ନରେ ୨ହଜାରରୁ ଉର୍ଦ୍ଧ ବାଇକ ଧରି ଜଗତସିଂହପୁର ଠାରୁ ଏକ ଶୋଭାଯାତ୍ରାରେ ବାହାରି ପ୍ରଶାନ୍ତ ମୁଦୁଲିକୁ ବିରୋଧରେ ନାରାବାଜି କରିବା ସହିତ ଅମରେନ୍ଦ୍ର ଜିନ୍ଦାବାଦ କହୁଥିଲେ । ନାଉଗାଁ ବ୍ଲକର ନୂଆପାଟଣା ଛକରେ ନାଉଗାଁ ବିଜେଡି ଯୁବ,ଛାତ୍ର ଓ ସମର୍ଥକମାନଙ୍କ ଦ୍ୱାରା ଅମରେନ୍ଦ୍ରଙ୍କୁ ସ୍ୱାଗତ କରାଯିବା ସହିତ ବାଇକି ଶୋଭାଯାତ୍ରା ବାହାରି ଅଲଣାହାଟ,ମୁଣ୍ଡାଳୋ.ଘୋଡାଂଶ,ନାଉଗାଁହାଟ, ଗଂଗଦାହାଟ,କୋରୁଅ,ଗାରୋଇ ପହଁଚି ଓଷକଣା,ଶାଳିଜଙ୍ଗା,ସାରେକୁଳ ଦେଇ ଗଜରାଜପୁର ଓଷାଦେବୀ ମନ୍ଦିର ପ୍ରାଙ୍ଗଣରେ ପହଁଚି ଥିଲେ । ଏହାପରେ ଏକ ସାଧାରଣ ସଭା ଅନୁଷ୍ଠିତ କରାଯାଇଥିଲା । ଏହି ସଭାରେ ନାଉଗାଁ ବ୍ଲକର ୧୬ଟି ପଂଚାୟତର ଜନପ୍ରତିନିଧିଙ୍କ ସହିତ ବ୍ଲକର ଯୁବ,ଛାତ୍ର ଓ ଅନ୍ୟ ସମର୍ଥକମାନେ ସାମିଲ ହୋଇ ଜଗତସିଂହପୁର ଆସନରେ ଅମରେନ୍ଦ୍ର ଦାସଙ୍କୁ ପାର୍ଥୀ କରିବାକୁ ନବୀନ ପଟ୍ଟନାୟଙ୍କ ପାଖରେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ