ଗଜପତିରେ ମହାପ୍ରଣାୟଣ ଲକ୍ଷ୍ୟ ଠାରୁ ବହୁ ଦୂରରେ: ବିଳମ୍ୱରେ ୫୦ କିମି ଦୂରରୁ ଆସିଲା ଗାଡି

ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା):   ଗଜପତି ଜିଲ୍ଲାରେ ମହାପ୍ରଣାୟଣ ସେବା ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିବା ଯୋଗୁଁ ଜିଲ୍ଲାବାସୀ ଏହି ସେବା ପାଇବାରୁ ବଞ୍ଚିତ ହେଉଛନ୍ତି. 5 କିମି ରାସ୍ତାକୁ ଶବ ନେବା ପାଇଁ 50 କିମି ଦୂରରୁ ବହୁ ବିଳମ୍ବରେ ମହାପ୍ରଣାୟଣ ଗାଡି ପହଞ୍ଚିଲା. ଶବ ସହ ପରିବାରବର୍ଗ ବହୁ ଦୀର୍ଘ ସମୟ ଅପେକ୍ଷା କରି ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଶାସନ ଏନେଇ ଅନୁଧ୍ୟାନ କରିବା ପାଇଁ ନିବେଦନ କରିଛନ୍ତି. ଘଟଣାରୁ ପ୍ରକାଶ, ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖତ ଖାଉଛି ମହାପ୍ରଣାୟଣ ଗାଡି। ଶବ ଗାଁକୁ ନେବାପାଇଁ ପରିବାର ବର୍ଗ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ଅଭିଯୋଗ ହେଉଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ମହାପ୍ରଣାୟଣ ଗାଡି ଅଛି କିନ୍ତୁ ବର୍ଷ ବର୍ଷ ପଡ଼ିରହି ଖତ ଖାଇବାରେ ଲାଗିଛି। କାହାର ଦୁର୍ଘଟଣା ହୋଇ ମୃତ୍ୟୁ ବରଣ କଲେ ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ କିମ୍ବା ଅସୁସ୍ଥ ବ୍ୟକ୍ତି ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ବରଣ କଲେ ଅଳ୍ପ କିଲୋ ମିଟର ଦୂର ଗ୍ରାମକୁ ଶବ ନେବାକୁ ଥିଲେ ମଧ୍ୟ  ୫୦ କିମି ଦୂରରେ ଥିବା ପାରଳାଖେମୁଣ୍ଡି ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରୁ କିମ୍ବା ଚନ୍ଦ୍ରଗିରି ସ୍ବାସ୍ଥ୍ୟ କେନ୍ଦ୍ରରୁ ମହାପ୍ରଣାୟଣ ଗାଡି ଆସି ଶବକୁ ନେଇଥାଏ। ତେଣୁ ମୃତ୍ୟୁ ବରଣ ହୋଇଥିବା ପରିବାର ଏବଂ ପରିଜନ ଘଣ୍ଟା ଘଣ୍ଟା ଅପେକ୍ଷା କରି ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ ହେଉଛି। ଏଠାରେ ସୂଚନାଯୋଗ୍ୟ ଆଜି ନୂଆଗଡ଼ ଗ୍ରାମର ଲକ୍ଷଣ ଶବର(୬୪)ଙ୍କ ବହୁତ ଦେହ ଅସୁସ୍ଥ ହୋଇ ଥିବାରୁ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତିଙ୍କୁ ଗ୍ରାମକୁ ନେବା ନିମନ୍ତେ ଏଠାରେ ମହାପ୍ରଣାୟଣ ଗାଡି ନାହିଁ। ସ୍ବାସ୍ଥ୍ୟକେନ୍ଦ୍ରରୁ ମାତ୍ର ୫ କିମି ଦୂର ମୃତ ବ୍ୟକିଙ୍କ ଘର। ତଥାପି ମହାପ୍ରଣାୟଣ ଗାଡ଼ିକୁ ଘଣ୍ଟା ଘଣ୍ଟା ଜଗିଜଗି ରହିଥିଲେ ପରିବାର ବର୍ଗ ଏବଂ ପରିଜନ। ଏହିଭଳି ଅନେକ ଥର ହୋଇଥିବା କହିଛନ୍ତି ଲୋକେ। ମହାପ୍ରଣାୟଣ ଗାଡ଼ି ନିମନ୍ତେ ଅନେକ ଥର କର୍ତ୍ତୃପକ୍ଷଙ୍କୁ  ଅଭିଯୋଗ କରିଛନ୍ତି। ତଥାପି ଏହାର ସମାଧାନ ହୋଇନାହିଁ ତେଣୁ  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହାପ୍ରୟାଣ ଗାଡ଼ି ଦେବା ନିମନ୍ତେ ଦାବି କରିଛନ୍ତି ଅଞ୍ଚଳବାସୀ. ଘଟଣା ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ତ୍ରିଶୂଲ ସେନାପତିଙ୍କୁ ପଚାରିବାରେ ସେ କହିଛନ୍ତି, ଗଜପତି ଜିଲ୍ଲାରେ ଦୁଇଟି ସ୍ଥାନରେ ମହାପ୍ରଣାୟଣ ଗାଡ଼ି ଅଛି। ତେଣୁ  ଆସିବାରେ ବିଳମ୍ବ ହେଉଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିମନ୍ତେ ମହାପ୍ରଣାୟଣ ଗାଡି ଯୋଗାଇ ଦେବା ନିମନ୍ତେ ଉପରିସ୍ଥ ଅଧିକାରିଙ୍କୁ ଜଣାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ