ମନ୍ଦିର ଜମି ଜବରଦଖଲକୁ ବିରୋଧ, ଦେବୋତ୍ତର କମିଶନରଙ୍କୁ ସ୍ମାରକପତ୍ର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବସଷ୍ଟାଣ୍ଡ ଠାରୁ ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡ଼ରେ ଥିବା ଦିଗପହଣ୍ଡି ମୌଜା ଖାତା ନଂ.୬୯୧ ଅନୁଯାୟୀ ଶ୍ରୀ ରାଧାକାନ୍ତ ମହାପ୍ରଭୁ ବିଜେ ଙ୍କ ନାଁ ରେ ରେକର୍ଡଭୁକ୍ତ ଥିବା ଚାଷଜମି କୁ ୧୯୫୧ ଓଡ଼ିଶା ହିଦୁ ଧାର୍ମିକ ଦେବୋତ୍ତର ଆଇନର ଧାରା – ୨ର ବିରୁଦ୍ଧାଚରଣ କରି କିଛି ବ୍ୟକ୍ତି ବେଆଇନ ଭାବେ ଜବରଦଖଲ କରି ଗୃହ ଓ ଦୋକାନ ଗୃହ ନିର୍ମାଣ ଚଳାଇଛନ୍ତି। ରାଜ୍ୟ ଦେବୋତ୍ତର ଆଇନର ଧାରା – ୧୯ ଅନୁଯାୟୀ କୌଣସି ଦେବୋତ୍ତର ଭୂ- ସମ୍ପତ୍ତି କ୍ରୟ ବିକ୍ରୟ ବନ୍ଧକ ହୋଇପାରିବ ନାହିଁ। ଦେବୋତ୍ତର ଭୂ- ସମ୍ପତ୍ତି କୁ ବେଆଇନ ଜବରଦଖଲ କରି ସେଥିରେ ଗୃହ ନିର୍ମାଣ କରାଯିବା ବିରୋଧରେ ସହରର ବହୁ ସଚେତନ ଜନସାଧାରଣ ରାଜ୍ୟ ଦେବୋତ୍ତର କମିଶନର ଏବଂ ବ୍ରହ୍ମପୁର ସ୍ଥିତ ସହକାରୀ ଦେବୋତ୍ତର କମିଶନର ଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟରାସ୍ତା କଡ ରେ ଥିବା ଦେବୋତ୍ତର ଜମି କୁ ଜବରଦଖଲ କରି ଗୃହ ନିର୍ମାଣ କରାଯାଉଥିବା କାରଣରୁ ପଛ ଭାଗରେ ଥିବା ଅନ୍ୟ ଚାଷଜମି କୁ ଚାଷୀ ମାନେ ଚାଷକାର୍ଯ୍ୟ ନିମନ୍ତେ ଚାଷ ଉପକରଣ ହଳ ଶଗଡ଼ ନେବା ରେ ଘୋର ଅସୁବିଧା ଭୋଗୁଛନ୍ତି।ଏନେଇ ରାଜ୍ୟ ଦେବୋତ୍ତର ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ମହାପ୍ରଭୁଙ୍କ ନାଁରେ ଥିବା ଚାଷଜମି ରୁ ଦେବୋତ୍ତର ଆଇନର ଧାରା – ୨୫ ଅନୁଯାୟୀ ଜବରଦଖଲ ଉଚ୍ଛେଦ କରିବା ସହ ଜବରଦଖଲକାରୀ ଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ସ୍ମାରକପତ୍ର ରେ ଉଲ୍ଲେଖ ରହିଛି