ମଧୁପୁର ଗ୍ରାମରେ ଜଳିଗଲା ଧାନଗଦା, ସର୍ବସ୍ୱ ହରାଇଲା ଚାଷୀ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ନନ୍ଦିପଦା ଥାନା ଆଇତିପୁର ପଞ୍ଚାୟତର ମଧୁପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଧାନଗଦାଟି ସମ୍ପୁର୍ଣ୍ଣ ଜଳିଯାଇଥିବାରୁ ଚାଷୀ ଜଣସ୍ୱର୍ଷକର ଉତ୍ପାଦନ ହରାଇଛନ୍ତି । ଖବରରୁ ଜଣାଯାଇଛି ଯେ ମଧୁପୁର ଗ୍ରାମର ଜଳନ୍ଧର ନାୟକ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । ସେ ଗାଁର କିଛି ଲୋକଙ୍କ ଜମିକୁ ଭାଗଚାଷ କରି ପରିବାର ଚଳାଇଥାନ୍ତି । ସେ ଚଳିତବର୍ଷ କରିଥିବା ଧାନଚାଷକୁ ଅମଳ କରି ଖଳାରେ ରଖିଥିବାବେଳେ ଗତକାଲି ରାତିରେ କେହି ଦୁର୍ବୁତ୍ତ ଧାନଗଦାରେ ନିଆଁ ଲଗାଇ ଦେବାରୁ ପାଖାପାଖି ୩ଏକରରୁ ଉର୍ଦ୍ଧ ଜମିର ଧାନ ସମ୍ପୁର୍ଣ୍ଣ ପୋଡି ଛାରଖାର ହୋଇଯାଇଛି । ବହୁ ବିଳମ୍ବରେ ଦମକଳ ପହଞ୍ଚି ନିଆଁକୁ ଲିଭାଇ ଥିବାବେଳେ ପୁଲିସ ଜଣେ ଲୋକକୁ ଅଟକ ରଖି ପଚରା ଉଚୁରା କରୁଛି । ଚାଷୀ ଜଣକର ବର୍ଷକର କଷ୍ଟ ଉପାର୍ଜିତ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବାରୁ ଚାଷୀ ଜଣକ ଚିନ୍ତାରେ ପଡିଯାଇଛନ୍ତି ।


