ବାଂଶପାଳ ବ୍ଲକ ଅଧ୍ୟକ୍ଷ ସମେତ ବ୍ଲକ ଯୁବ ସଭାପତିଙ୍କୁ ଜାମିନ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବାଂଶପାଳ ବ୍ଲକ ଅଧ୍ୟକ୍ଷ ଓ ବାଂଶପାଳ ବ୍ଲକ ଯୁବ ବିଜେଡି ସଭାପତି ପଦ୍ମ ଲୋଚନ ଆରୁକଙ୍କ ଜାମିନ ଆବେଦନକୁ ଅଦାଲତ ମଂଜୁର କରିବା ସହିତ ପୋଲିସର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ବ୍ଲକ ଅଧ୍ୟକ୍ଷ ମାନସ ଦେହୁରୀ ଓ ପଦ୍ମଲୋଚନଙ୍କ ଓକିଲ ତଥା ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ। ଭାରତୀୟ ନାଗରିକ ସୁରକ୍ଷା  ସଂହିତାର ଧାରା ୩୫, ଉପଧାରା ୫ ଅନୁଯାୟୀ ୭ବର୍ଷରୁ କମ ଦଣ୍ଡାଦେଶ ଥିବା ଅପରାଧରେ ଅଭିଯୁକ୍ତଙ୍କୁ ପୋଲିସ ନୋଟିସ କରିବା ବଦଳରେ ଗିରଫ କରିବା ନ୍ୟାୟ ସଂହତ ନୁହେଁ ଓ ପୋଲିସ ପକ୍ଷପାତିତାମୂଳକ ମନୋଭାବ ପୋଷଣ କରୁଛି। ଆନନ୍ଦପୁରରେ ଜଣେ ମହିଳା କର୍ମଚାରୀଙ୍କୁ ମାଡ ଘଟଣାରେ ଅପରାଧୀ ବୁଲୁଥିବା ବେଳେ ଜଣେ ଆଦିବାସୀ ନିର୍ବାଚିତ ବ୍ଲକ ଅଧ୍ୟକ୍ଷଙ୍କୁ ବିନା ନୋଟିସରେ ପୋଲିସ ଗିରଫ କରିବା ଦ୍ୱାରା ପୋଲିସ ଶାସକ ଦଳର ହାତବାରିସୀ ହୋଇ କାର୍ଯ୍ୟ କରୁଛି ବୋଲି ଶ୍ରୀ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି। ତେବେ ଜେଏମଏଫସି (ସିଟି )ଦାୟିତ୍ୱ ରେ ଥିବା ଏସ୍ଡ଼ଡିଜେଏମ ମାନସ ଓ ପଦ୍ମ ଲୋଚନ ଜାମିନ ମଙ୍ଗଳବାର ରାତି ୧୦ଟାରେ ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ ଯେ, ବାଂଶପାଳ ବ୍ଲକ ଅଧ୍ୟକ୍ଷ ମାନସ ଦେହୁରୀ(୩୮)ଏବଂ ବାଂଶପାଳ ବ୍ଲକ ଯୁବ ବିଜେଡି ସଭାପତି ପଦ୍ମଲୋଚନ ଆରୁକ୍(୪୦)ଙ୍କ ସହିତ ଅନ୍ୟ ଜଣଙ୍କୁ ବିଭିନ୍ନ ଅପରାଧରେ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ପୋଲିସ ଓଡି ୦୯-ଡି-୭୯୯୯ ନମ୍ବର ଏକ କାର ଜବତ୍ କରିଥିଲା ।  ୫ ତାରିଖ ଦିନ ବିଡ଼ିଓଙ୍କ ଅନୁପସ୍ଥିତିରେ ଅପରାହ୍ନ ୨ ଟା ୨୦ ମିନିଟ ସମୟରେ ବିଡ଼ିଓଙ୍କ ପ୍ରକୋଷ୍ଠରେ ଭଙ୍ଗାରୁଜା ଅଭିଯୋଗ ହୋଇଥିଲା। ଘଟଣାର ୨୪ଘଣ୍ଟା ପରେ ବାଂଶପାଳ ବିଡିଓ ରାଜା ରଣଜିତ୍ ପ୍ରତାପ ବଳଙ୍କ ଅଭିଯୋଗକ୍ରମେ ନୟାକୋଟ ପୋଲିସ କେସ ନମ୍ବର ୬୭/୨୦୨୫ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬/୧୨୧(୧),୧୩୨,୩୨୪(୪),୩(୫) ଓ ୩ ପିଡିପିପି ଆକ୍ଟରେ କେସ ରୁଜୁ କରିଥିଲା।ଏହି ମାମଲାରେ ବରିଷ୍ଠ ଆଇନଜୀବି ଆଶିଷ ଚକ୍ରବର୍ତ୍ତୀଙ୍କ ସହିତ ଆଇନଜୀବି ଅନିଲ କୁମାର ନନ୍ଦ ଓ ସହଯୋଗୀମାନେ ମାମଲା ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ