ସରପଞ୍ଚ ପିଇଓ ବିବାଦ ସମାଧାନ

ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ଅକରୁଆ ପଞ୍ଚାଯତରେ ଭତ୍ତା ବଣ୍ଟନକୁ ନେଇ ପିଇଓ ଏବଂ ସରପଞ୍ଚଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହି ପଞ୍ଚାୟତ ରେ ଗତ ଦୁଇ ତିନିମାସ ହେଲା କିଛି ନୂତନ ହିତାଧିକାରୀଙ୍କୁ ନୂଆ ଭତ୍ତା ଯୋଗାଇ ଦିଆଯାଇଛି। ଭତ୍ତା ଟଙ୍କା ସରପଞ୍ଚ ଓ ପିଇଓଙ୍କ ମିଳିତ ଦସ୍ତଖଟରେ ଉଠା ଯାଉଥିବା ବେଳେ ପିଇଓ ତାହାକୁ ବଣ୍ଟନ କରିଥାନ୍ତି। କିନ୍ତୁ ଏଠାରେ ପିଇଓ ସରପଞ୍ଚ ଙ୍କୁ ନୂଆ ଭତ୍ତା ସମ୍ପର୍କରେ କୌଣସି ସୁଚନା ଦେଇ ନଥିଲେ। ଏପରିକି ସରପଞ୍ଚ ତାଙ୍କୁ କେତେଜଣଙ୍କୁ ନୁଆଭତ୍ତା ଦିଆ ଯାଉଛି ବୋଲି ପଚାରିବାରୁ ସେ ମୋ ପାଖରେ ଉତ୍ତର ଦେବାକୁ ସମୟ ନାହିଁ ବୋଲି କହିଥିଲା । ଏପରିକି ସରପଞ୍ଚଙ୍କଙ୍କ ସହିତ କଥାବାର୍ତ୍ତାକୁ ଭିଡିଓ ରେକର୍ଡିଁ କରିଥିଲା। ଏହାକୁ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା।  ପିଇଓ ଜଣକ  ଏ ସଂପର୍କରେ ବ୍ଲକ କର୍ମଚାରୀ ମାନଙ୍କୁ ଓ ପିଇଓ ସଂଘକୁ ଜଣାଇଥିଲେ। ଏ ସମ୍ପର୍କରେ ବିଡ଼ିଓ ଜାଣିବା ପରେ ସାଂସଦ ପ୍ରତିନିଧିଙ୍କ ସହିତ ମିଶି ଆଜି ସମସ୍ତ ପିଇଓ ଏବଂ ସମ୍ପୃକ୍ତ ସରପଞ୍ଚଙ୍କୁ ଡ଼ାକି ଉପୁଜିଥିବା ବିବାଦର ସମାଧାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ