ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚକ୍ଷୁପରୀକ୍ଷା ଶିବିର

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟ ଓ ପଦ୍ମପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ମିଳିତ ସହଯୋଗରେ ମେଡିକାଲ ପରିସର ରେ ମୋତିଆ ବିନ୍ଦୁ ଓ ଚକ୍ଷୁପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା.ଶିବ ଚରଣ ବାଘ ମହାତ୍ମାଗାନ୍ଧୀ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶିବିର ଉଦଘାଟନ କରିଥିଲେ।କେନ୍ଦୁଝର ଡେଭମେଣ୍ଟ ଟ୍ରଷ୍ଟ ର ସଂମ୍ପାଦକ ତଥା କେନ୍ଦୁଝର ସିଟିଜେନ ଫୋରମ ବରିଷ୍ଠ ସଦସ୍ୟ ଭକ୍ତବତ୍ସଳ ମହାନ୍ତି ଚକ୍ଷୁ ପରୀକ୍ଷା ଶିବିର କୁ ସଂଯୋଜନା କରିଥିଲେ। ଜିଲ୍ଲାରେ ଅନ୍ଧତ୍ବ ଦୂରିକରଣ ଅଭିଯାନରେ ସଂମ୍ପୁର୍ଣ୍ଣ ଅନ୍ଧତ୍ବ ମୁକ୍ତ କରିବା ଓ ବରିଷ୍ଠ ନାଗରିକ ମାନଙ୍କୁ ସେବା ଯୋଗାଇଦେବା ଟ୍ରଷ୍ଟର ଲକ୍ଷ୍ୟ  ବୋଲି ସେ କହିଥିଲେ।ମୁଖ୍ୟ ଅତିଥି ଡା. ବାଘ ଏହି କାର୍ଯ୍ୟକ୍ରମ ସମସ୍ତ ସ୍ବାସ୍ଥ୍ୟକର୍ମକର୍ତ୍ତା ଆଶା,ଅଙ୍ଗନୱାଡିକର୍ମୀ ସମେତ ସମସ୍ତ ନାଗରିକ ଙ୍କ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ। ସ୍ଥାନୀୟ ପଦ୍ମପୁର,ରାଇସୁଆଁ,ପଳାସପଙ୍ଗା,ନୂଆଗାଁ ପଞ୍ଚାୟତର ୬୭ ଜଣ ବରିଷ୍ଠ ନାଗରିକ ମାନଙ୍କର ପ୍ରାଥମିକ ଚକ୍ଷୁ ପରୀକ୍ଷା କରାଯାଇ ମାଗଣା ସେବା ଓ ପରାମର୍ଶ ଯୋଗାଇ ଦିଆଯାଇଛି। ବରିଷ୍ଠ    ସମାଜ ସେବୀ ଶ୍ରୀ  କର୍ଣ୍ଣାଟ କିଶୋର ଜେନା ଙ୍କ ନେତୃତ୍ବରେ ଚକ୍ଷୁ ବିଶେଷଜ୍ଞ ଡା.ଶିବ ପ୍ରସାଦ ବାଲ୍ଲା,ସ୍ବାସ୍ଥ୍ୟସେବିକା ଲକ୍ଷ୍ମୀପ୍ରିୟା ବେହେରା,ଅନିତା ନାୟକ,ପଦ୍ମପୁରଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ଏଲଟି ପ୍ରମୋଦ କୁମାର ସାହୁ,ଡା. ଭାରତ ସସ୍ମିତା ଦିବ୍ୟା,ଡା. ଭୋଜଙ୍ଗ ନାରାୟଣ ନାୟକ,ଫାର୍ମାଶିଷ୍ଟ ପ୍ରିତିମୟୀ ଶ୍ରୀଚନ୍ଦନ,ନନ୍ଦିନୀ ପାତ୍ର ପ୍ରମୁଖ ବରିଷ୍ଠ ନାଗରିକ ମାନଙ୍କର ଚକ୍ଷୁ ପରୀକ୍ଷା କରିବା ସହିତ ୨୨ଜଣ ମତିଆବିନ୍ଦୁ ରୋଗୀ ଚିହ୍ନଟ କରିଥିଲେ।ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ର ପ୍ରୋଗରାମ ଅଫିସର ଭୁବନେଶ୍ବରୀ କର,   ହିଂମାଶୁ ପାତ୍ର,ସ୍ବେଚ୍ଛାସେବୀ ବିଭୁତି ଭୂଷଣ ସାହୁ,ସୁଶ୍ରୀ ସଂଙ୍ଗୀତା ପାତ୍ର,କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟର ଅଧିବକ୍ତା ଜଗତଜିତା ଦାସ,ଆଶାକର୍ମୀ ଶାନ୍ତଲତା ମହାନ୍ତ,ନିରାସ ପାତ୍ର,ରଜନୀ ମହାନ୍ତ,ନିରାଶ ମୁଣ୍ତା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।୨୨ଜଣ ବରିଷ୍ଠ ନାଗରିକ ଙ୍କୁ ଟ୍ରଷ୍ଟ ପକ୍ଷରୁ ମାଗଣା ଚାଳିଶିଆ ଚଷମା ବଣ୍ଟନ କରାଯାଇଥିଲା।ଟ୍ରଷ୍ଟ କାର୍ଯ୍ୟକ୍ରମ ପରାମର୍ଶଦାତା ଡା. ବିମ୍ବାଧର ବେହେରା ପଦ୍ମପୁରଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ଡା.ଶିବ ଚରଣ ବାଘ ଙ୍କ ସହଯୋଗରେ ସଦର ବ୍ଲକରେ ଅନ୍ଧତ୍ବ ଦୂରିକରଣ କରିବା ପାଇଁ ଜାରି ରହିବ ଏବଂ ସର୍ବସାଧାରଣ ଙ୍କ ସହଯୋଗ ଦରକାର ବୋଲି ଜଣାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ