ବିକାଶମୂଳକ କାର୍ଯ୍ୟକ୍ରମ ସମ୍ୱନ୍ଧିତ କର୍ମଶାଳା ଅନୁଷ୍ଠିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ସାଇ ଇଣ୍ଟରନେସନାଲରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଡବ୍ଲୁ.ଓ.ଟି.ଆର୍ ଆନୁକୁଲ୍ୟରେ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ୱନ୍ଧୀୟ ଅନୁଭୂତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲା ଉଠାଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆର୍.ଏନ୍.ବେହେରା,ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ଏସ୍.ଆର୍.ଦାଶ,ଜିଲ୍ଲା ମୁଖ୍ୟ କ୍ରୁଷି ବିଭାଗର ଅଧିକାରୀ ରବିନ୍ଦ୍ର କୁମାର ଆଦେକ୍,ନାବାର୍ଡର ଡେପୁଟି ଜେନେରାଲ ମ୍ୟାନେଜର ପ୍ରତୀକ ପଣ୍ଡା, ଜିଲ୍ଲା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ କୁମାର ପଟ୍ଟନାୟକ,ଏସ୍.ଡବ୍ଲୁ.ଡବ୍ଲ୍ୟୁ.ଏସ୍ ର ସଭାପତି ଡ. ଡି.ଜଗନ୍ନାଥ ରାଜୁ ମଂଚାସୀନ ଥିଲେ।ଆୟୋଜକ ସଂଗଠନର ଆଂଚଳିକ ପରିଚାଳକ ଗାବ୍ରିଏଲ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଅନ୍ୟାନ୍ୟ ମାନଂକ ମଧ୍ୟରେ ଶିବପ୍ରସାଦ ସାହୁ,ଅରୁଣ କୁମାର ଖାଡଂଗା, ସୌମ୍ୟରଞ୍ଜନ ପ୍ରଧାନ,ପ୍ରମିଳା ସାହୁ ଏବଂ ଅଜିତ ମାଝି ସଂଗଠନର ବିକାଶମୂଳକ କାର୍ଯ୍ୟକ୍ରମର ବିଭିନ୍ନ ଦିଗରେ ଆଲୋକପାତ କରିଥିଲେ।ତ୍ରୁଣମୂଳ ସ୍ତରରେ ବିଶେଷ କରି ଆଦିବାସୀ ବହୁଳ ଇଲାକାରେ ଜମି,ଜଳ ଓ ଜଂଗଲର ସଂରକ୍ଷଣ ମୂର୍ତ୍ତିକା କ୍ଷୟର ନିରାକରଣ ପଦ୍ଧତି ତଥା ଜୀବନ ଜୀବିକା ସମ୍ୱନ୍ଧୀୟ କାର୍ଯ୍ୟକ୍ରମର୍ ସ୍ଥାନୀୟ ଲୋକଂକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ଅତିଥିମାନେ ସରକାରୀ ଯୋଜନାର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ।ଏଥିରେ ଯୋଗ ଦେଇଥିବା ଗଜପତି ଜିଲ୍ଲାର ୨୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନ ନିଜନିଜର ଅନୁଭୂତି ପ୍ରଦାନ କରିଥିଲେ।ସଂଗଠନର କର୍ମକର୍ତ୍ତା ଜଗଦୀଶ,ତନ୍ମୟ,ନିକୁଂଜ ଏହାକୁ ପରିଚାଳନା କରିଥିଲେ।


