14 ବର୍ଷ ତଳେ ପ୍ରକୃତିମିତ୍ରଙ୍କୁ ହତ୍ୟା କରି ଫେରାର ଥିବା ଅଭିଯୁକ୍ତ ଗିରଫ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ଜଣେ ଲୋକପ୍ରିୟ ପ୍ରକୃତିମିତ୍ରଙ୍କୁ ହତ୍ୟା କରି ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ମୋହନା ପୋଲିସ 14 ବର୍ଷ ପରେ ଗତକାଲି ରାତିରେ ଗିରଫ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ମୋହନା ଥାନାର ମଲ୍ଲିପଦର ଗାଁର ପ୍ରକୃତି ମିତ୍ର ବ୍ରାହ୍ମଣ ସିଂକୁ ହତ୍ୟାକରି ଦୀର୍ଘ 14 ବର୍ଷ ଧରି ଫେରାର ଥିବା ଗିରଫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି. ସେ ହେଲେ ଦେଉଳଖଣି ଗାଁର ରାମ ବିଷୋୟୀ (୭୩) । ଘଟଣାର ୧୪ ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ ହୋଇଛି। ଏଥ୍ ପୂର୍ବରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ | ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି। ତାକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ବସଏ ସେଠୀ କହିଛନ୍ତି।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ୨୦୧୧ ମସିହାରେ ମଲ୍ଲିପଦର ଗାଁରେ ଜମି ବିବାଦକୁ ନେଇ ଗାଁର ବୃଦ୍ଧ ତଥା ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଚାଷୀ ବ୍ରାହ୍ମଣ ସିଂଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା. ତାଙ୍କୁ ଘରୁ ଘୋଷାଡ଼ି ଆଣି ଘର ଠାରୁ କିଛି ଦୂରରେ ପଥର ଛେଚି ହତ୍ୟା କରାଯିବା ସହ ଯୌନାଙ୍ଗ କାଟି ଦେଇଥିଲେ ହତ୍ୟାକାରୀ । ସେତେବେଳେ ଏହି ହତ୍ୟା ଘଟଣାରେ ୨ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୨ ଜଣ ଫେରାର ଥିଲେ. ଏହି ହତ୍ୟା ଘଟଣା ନ୍ୟାୟାଳୟରେ ବିଚାରାଧୀନ ଥିବାବେଳେ ଫେରାର ୨ ଜଣଙ୍କୁ ଖୋଜୁଥିଲା ପୁଲିସ | ଘଟଣାର ତୃତୀୟ ଅଭିଯୁକ୍ତ ରାମ ବିଷୋୟୀ ବନ୍ଧପଡା ଗାଁରେ ଥିବା ଖବରପାଇ ପୁଲିସ ଗୁରୁବାର ଚଢ଼ଉ କରିବା ସହ ତାକୁ ଗିରଫ କରିଛି।


