ଚର୍ଚ୍ଚାରେ ସାରା ଅଲ୍ଲୀ ଖାନଙ୍କ ବିକିନି ପିନ୍ଧା ଫଟୋ
ମୁମ୍ବାଇ : ସାରା ଅଲ୍ଲୀ ଖାନଙ୍କ ବିକିନି ପିନ୍ଧା ଫଟୋ ଖୁବ୍ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ସେୟାର କରିବା ପରେ ଲୋକମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି। ବଲିଉଡର ଏହି ଚୁଲବୁଲି ଅଭିନେତ୍ରୀ ନିଜର ଅଭିନୟକୁ ନେଇ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ। ଏବେ
ଜୋରଦାର ଥଣ୍ଡାରେ ବିକିନି ପିନ୍ଧି ପାଣିରେ ଫଟୋ ପୋଜ୍ ଦେଉଥିବା ସାରା ଅଲ୍ଲୀ ଖାନଙ୍କ ଏହି ଫଟୋ ଦେଖି ଲୋକେ କହୁଛନ୍ତି ‘ଫାୟାର ଇନ୍ ଓ୍ବାଟର’। କିଛି ସମୟ ପରେ ସୋସିଆଲ ମିଡିଆରେ ଏହି ଫଟୋ ସବୁ ଜୋରଦାର ଭାବରେ ଭାଇରାଲ ହେବାରେ ଲାଗିଛି। ୧ ଘଣ୍ଟା ଭିତରେ ଏହି ଫଟୋକୁ ୭ ଲକ୍ଷ ଲୋକ ଲାଇକ୍ କରିସାରିଛନ୍ତି। ଇନ୍ଷ୍ଟାଗ୍ରାମରେ ସାରା ଅଲ୍ଲୀ ଖାନଙ୍କ ହଟ୍ ଫଟୋର ଦେଢ କୋଟି ଫଲୋଅର୍ସ ରହିଛନ୍ତି। ଗୋଟେ ଦିନ ପୂର୍ବରୁ ସାରା ଅଲ୍ଲୀ ଖାନ୍ ବଡଦିନ ଅବସରରେ ଏହି ଫଟୋସବୁ ସେୟାର କରିଥିଲେ। ଏହାର ଗୋଟେ ଦିନ ପରେ ସାରାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ହୋଇଛି ଖୁବ୍ ପପୁଲାର।


