ଭୂତ କୋଠୀ ପାଲଟିଛି ନୂତନ କୋଠା : ଅତିଥି କକ୍ଷ ମାଡ଼ି ବସିଛନ୍ତି ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀ

ମୋହନା(ଓ୍ବାଇଏନଏସ): ବିଭିନ୍ନ ବିଭାଗୀୟ କାର୍ଯ୍ୟଳୟ ଓ ପଦାଧିକାରୀଙ୍କ ସୁବିଧା ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି l କାର୍ଯ୍ୟଳୟ କୋଠା ନବୀକରଣ କରାଯିବା ସହ ପଦାଧିକାରୀଙ୍କ ରହିବା ପାଇଁ ସରକାରୀ ବାସଗୃହ ବ୍ୟବସ୍ଥା କରାଯାଉଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ କୋଟି କୋଟି ବ୍ୟୟରେ ନୂତନ ଭାବେ ନିର୍ମାଣ ହୋଇଥିବା ସରକାରୀ ବାସଭବନରେ ନରହି ବର୍ଷ ବର୍ଷ ଧରି କାର୍ଯ୍ୟାଳୟରେ ଥିବା ଅତିଥି କକ୍ଷ ମାଡ଼ି ବସି ରହିଛନ୍ତି ଅଧିକାରୀ । ଫଳରେ ସରକାରୀ ବାସଭବନ ଏବେ ଭୂତ କୋଠୀ ପାଲଟିଛି । ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନାରେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ଥିବା ବେଳେ ଏଥିପାଇଁ ଅଧିକ୍ଷଣ ଯନ୍ତ୍ରୀ ଭାବେ ଉମାଶଙ୍କର ମଲ୍ଲିକ ଗତ ପ୍ରାୟ ୬ ବର୍ଷ ହେଲା ନିଯୁକ୍ତ ଅଛନ୍ତି । ତେବେ ଅଧିକ୍ଷଣ ଯନ୍ତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ନୂତନ କାର୍ଯ୍ୟଳୟ ସହ ନୂତନ ସରକାରୀ ବାସଭବନ ନିର୍ମାଣ ହୋଇଛି । ଗତ ୨୦୨୨ ମସିହାର ମୋହନା କଣ୍ଟେଇକୋଳି ନିକଟରେ କୋଟି କୋଟି ଟଙ୍କା ବ୍ୟୟରେ ଏହି କୋଠା ନିର୍ମାଣ ହୋଇଥିବା ବେଳେ ତାହା ଏଯାଏଁ କାର୍ଯ୍ୟରେ ଲlଗିନି । ଫଳରେ ଗତ ୩ ବର୍ଷ ହେଲା ଭୂତ କୋଠୀ ପାଲଟିଛି । ନୂତନ ଭାବେ ନିର୍ମାଣ ହୋଇଥିବା ଏହୀ କୋଠାର ବିଭିନ୍ନ ସ୍ଥାନରେ ଭାଙ୍ଗି ରୁଜି ଯାଇଥିବା ବେଳେ ଚାରିପଟେ ଗଛ ଉଠି ଜଙ୍ଗଲ ହୋଇଗଲାଣି l ଅନ୍ୟ ପଟେ ଅଧିକ୍ଷଣ ଯନ୍ତ୍ରୀ ଉମାଶଙ୍କର ମଲ୍ଲିକ ନିଜ ନୂତନ କାର୍ଯ୍ୟlଳୟ ଓ ବାସଭବନରେ ନରହି ଗତ ୬ ବର୍ଷ ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟlଳୟ ଉପରେ ଥିବା ଅତିଥି କକ୍ଷ କୁ ମାଡ଼ି ବସି ରହି ଆସୁଛନ୍ତି । ସରକାରୀ ନିୟମ କୁ ଫାଙ୍କି ସରକାରୀ ବାସଭବନ ଭଡ଼ା ନଦେଇ ରହିଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୋଲାଯିବl ସହ ବାସଭବନରେ ରହିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏନେଇ ଅଧିକ୍ଷଣ ଯନ୍ତ୍ରୀ ଉମାଶଙ୍କର ମଲ୍ଲିକ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ