ସହୀଦ ପର୍ଯ୍ୟଟକଙ୍କ ସ୍ମୃତିରେ ରକ୍ତଦାନ ଶିବିର

ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ବେଚ୍ଛାକୃତ ରକ୍ତଦାତା ସଂଘ  ପକ୍ଷରୁ  ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଆୟୋଜିତ ହୋଇଯାଇଛି।କାଶ୍ମୀର ପହେଲଗାମ ଠାରେ ପାକିସ୍ତାନ ଆତଙ୍କବାଦୀଙ୍କ ଗୁଳିରେ ନିହତ ଭାରତୀୟ ପର୍ଯ୍ଯଟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଦିଗପହଣ୍ଡି କୋର୍ଟର କ୍ଯାଡର ଏପିପି ବିପ୍ଲବ କୁମାର ମୁଦୁଲି, ଦିଗପହଣ୍ଡି ଫରେଷ୍ଟର ସନ୍ତୋଷ କୁମାର ବିଷୋୟୀରତ୍ନ, କମ୍ପୁଟର ପ୍ରଶିକ୍ଷାର୍ଥୀ ଦୀପକ ସେଠୀ ଏବଂ ପୁରୁଷୋତ୍ତମ ନାୟକ ପ୍ରଥମେ ଏକକାଳୀନ ରକ୍ତଦାନ କରି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଶିବିର ସ୍ଥଳକୁ ସମ୍ମାନିତ ଅତିଥି ଭାବେ ଯୋଗ ଦେବାକୁ ଆସିଥିବା ଦିଗପହଣ୍ଡି ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର, ଏସଆଇ ଜ୍ଯୋତି ରଞ୍ଜନ ବେହେରା, ଦିଗପହଣ୍ଡି ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣ ଏବଂ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟ ରଞ୍ଜନ ସାହୁଙ୍କ ମଧ୍ୟରୁ ଏନ୍ଏସି ନିର୍ବାହୀ ଅଧିକାରୀ ଏବଂ ବନାଞ୍ଚଳ ଅଧିକାରୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଅନ୍ୟ ରକ୍ତଦାତା ମାନଙ୍କୁ ଅଧିକ ଉତ୍ସାହିତ କରିଥିଲେ। ବ୍ରହ୍ମପୁର ଏମକେସିଜି ରକ୍ତ ଭଣ୍ଡାର ଅଧିକାରୀ ଡା. ରାମଚନ୍ଦ୍ର ମହାପାତ୍ର ଓ ଅନ୍ୟ କର୍ମଚାରୀଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଦୁଇ ମହିଳା ରକ୍ତଦାତା ପ୍ରଭାସିନୀ ପାଣିଗ୍ରାହୀ ଏବଂ ସମୀକ୍ଷା ପଟ୍ଟନାୟକଙ୍କ ସମେତ ମୋଟ ୮୬ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ।ଏହି ଶିବିରକୁ ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ ପଣ୍ଡା, ଖେମୁଣ୍ଡି ରକ୍ତଦାତା ସଂଘ ସଭାପତି ଭି. ଧର୍ମା ରାଜୁ, ପ୍ରାକ୍ତନ ସଭାପତି ତପନ କୁମାର ମିଶ୍ର, ସମ୍ପାଦକ ହରପ୍ରସାଦ ରଥ, ସମାଜସେବୀ ବସନ୍ତ କୁମାର ପଟ୍ଟନାୟକ, କ୍ରୀଡା ଶିକ୍ଷକ ଅମ୍ବିକା ପ୍ରସାଦ ସେଠୀ, ଆଇନଜୀବି ସନ୍ତୋଷ କୁମାର ସାହୁ, ମନୋରଞ୍ଜନ ପଣ୍ଡା,  ବସନ୍ତ କୁମାର ପଣ୍ଡା, ଶଙ୍କର ପ୍ରସାଦ ପାଢ଼ୀ, ପ୍ରଶାନ୍ତ ପୂଜାରୀ ପ୍ରମୁଖ ପରିଚାଳନା କରିଥିବା ବେଳେ ରକ୍ତ ଭଣ୍ଡାର କର୍ମଚାରୀ ସୁଶାନ୍ତ କୁମାର ପାଣିଗ୍ରାହୀ, ଲଲାଟେନ୍ଦୁ ପଧାନ, ସାମ୍ବାଦିକ ନୀଳମାଧବ ପରମଗୁରୁ, ଉପାଧ୍ୟକ୍ଷା ପ୍ରତିନିଧି କେ. କୁନା, ସିଓ୍ବାଇଆରସି ସଭାପତି ରଞ୍ଜିତ କୁମାର ବେହେରା, ସମ୍ପାଦକ ବିଘ୍ନରାଜ ପାଣିଗ୍ରାହୀ, କାଉନସିଲର ନୀଳମାଧବ ଗୌଡ, ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା, ନୃସିଂହ ବେହେରା, ନାରାୟଣ  ବେହେରା, ରାଜକିରଣ ଦାସ,  ବାପୁଜୀ ଆଚାରୀ, ରାଧାକାନ୍ତ ମହାପାତ୍ର, ସୁଦାମ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ