ଉପଖଣ୍ଡ ଚିକିତ୍ସାଳୟର ନର୍ସିଂ ଅଫିସରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଆସିକା (ୱାଇଏନ୍‍ଏସ୍‍) ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ଜଣେ କର୍ତ୍ତବ୍ୟନିଷ୍ଠ ନର୍ସିଂ ଅଫିସର ରୂପେ କାର୍ଯ୍ୟରତ ଥିବା କର୍ମଚାରୀ ବିଷ୍ଣୁପ୍ରିୟା ବିଷୋୟୀ ଶନିବାର ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍‍ଗୋପାଳ ବେହେରା ଯୋଗଦେଇ ଆସିକା ମେଡିକାଲକୁ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଆସୁଥିବା ରୋଗୀମାନଙ୍କୁ ନିଜର ପରିବାରର ସଦସ୍ୟ ଭାବେ ଭାବି ସହାୟତା ଯୋଗାଇଦେବା ଏବଂ ରୋଗୀଙ୍କ ସଂପର୍କୀୟଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା କ୍ଷେତ୍ରରେ ଅବସରପ୍ରାପ୍ତ ନର୍ସିଂ ଅଫିସର ବିଷ୍ଣୁପ୍ରିୟା ବିଷୋୟୀଙ୍କ ଅବଦାନ, ନିଷ୍ଠାପରତା ଓ ସୁସଂପର୍କ ଉପରେ ସ୍ମୃତି ଚାରଣ କରିବା ସହ ଅବସର ପରବର୍ତ୍ତୀ ଜୀବନ ସୁସ୍ଥ ଓ ନିରାମୟ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଫିସ୍‍ ସହାୟକ ରଂଜନ କୁମାର ସ୍ୱାଇଁ, ଜେଏଚ୍‍ଏମ୍‍ ବିଶ୍ୱଜିତ୍‍ ପ୍ରଧାନ, ବିଡିଏମ୍‍ ସୁନିଲ୍‍ କୁମାର ଘଡେଇ, ନର୍ସିଂ ଅଫିସର ପ୍ରଭାତୀ ବେହେରା, ସଙ୍ଗୀତା ଚୌଧୁରୀ, ଅନୁସୟା ମହାଲି, ସସ୍ମିତା ପାଣି, ମିତାଲୀ ମହାନ୍ତିଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିବା ବେଳେ ଅବସରପ୍ରାପ୍ତ ନର୍ସିଂ ଅଫିସର ବିଷ୍ଣୁପ୍ରିୟା ବିଷୋୟୀଙ୍କୁ ଉପହାର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ଦେଖିବାକୁ ମିଳିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ