ଶ୍ୟାମା ଖୁଣ୍ଟାରର ବିଭିନ୍ନ ଅଞ୍ଚଳରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବଡ଼ସାହି, (ନିରଞ୍ଜନ ମହାନ୍ତ):ବିଶ୍ଵ ପରିବେଶ ଦିବସ ଅବସରରେ ବାରିପଦା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା ନାରାୟଣ ସେବା ଟ୍ରଷ୍ଟ, ସେଭ୍ ଆର୍ଥ ମିଶନ, ରେଡ ଗ୍ରୀନ ଫାଉଣ୍ଡେସନ ଓ ଗ୍ଲୋବାଲ ନିମ ପ୍ଲାଣ୍ଟେସନ ର ମିଳିତ ଉଦ୍ୟମ ରେ ବାରିପଦା ର ବିଭିନ୍ନ ଅଞ୍ଚଳ ରେ ବୃକ୍ଷ ରୋପଣ ତଥା ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମାଜସେବୀ ଓ ପରିବେଶ ପ୍ରେମୀ ଡ଼ଃ ନିରୋଜ କୁମାର ପୋଥାଳ ଙ୍କ ନେତୃତ୍ୱ ରେ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତଃ ତାପସ କୁମାର ବେହେରା, ଜୟ ପ୍ରକାଶ ମହାନ୍ତ, ବିମ୍ବାଧର ସାହୁ, ତୁଷାରକାନ୍ତ ବେହେରା, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଦିଲ୍ଲୀପ କୁମାର ତୁଙ୍ଗ, ଇନ୍ଦ୍ରଜିତ ମହାନ୍ତ, ଲିଙ୍ଗରାଜ ମହାନ୍ତି, ବିୱାସନ୍ ତ୍ରିପାଠୀ, ଅରବିନ୍ଦ ମୁଖୀ, ସଙ୍ଗୀତା ଗୋପ, ଅଞ୍ଜଳି ଗୋପ, ସୀତା ମାରାଣ୍ଡି, ରତିକାନ୍ତ ମହାନ୍ତ, ଅଶୋକ କୁମାର କଲିଆ, ଭାସ୍ଵତି ପଣ୍ଡା, ରାଜଲକ୍ଷ୍ମୀ ମିଶ୍ର, ଶୁଭସ୍ମିତା ବେହେରା, ପ୍ରମୋଦ କୁମାର ଦତ୍ତ, ବିପ୍ଳବ କେଶରୀ ଜେନା ଙ୍କ ସହିତ ସାମାଖୁଣ୍ଟା ବ୍ଲକ ର ଅଧିକାରୀ ଓ ସାମାଖୁଣ୍ଟା ତହସିଲ ଅଫିସ ର ସମସ୍ତ କର୍ମଚାରୀ ଓ ଅଧିକାରୀ ଙ୍କ ଗହଣ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରଥମେ ସକାଳ ୮ ସମୟ ରେ ସମସ୍ତ ସମାଜସେବୀ ଓ ପରିବେଶ ପ୍ରେମୀ ମାନେ ବାରିପଦା ର ତକତପୁର ଠାରେ ଏକତ୍ରିତ ହୋଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପରେ ପରେ ସହିଦ ସ୍ମୃତି ଭବନ ପାଖରେ, ସାମାଖୁଣ୍ଟା ବ୍ଲକ ପରିସର, ସାମାଖୁଣ୍ଟା ର ତହସିଲ ଅଫିସ ର ପରିସର, ବାରିପଦା ର ରଘୁନାଥପୁର ର ରଘୁନାଥପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଏବଂ ପରିଶେଷ ରେ ଆସ୍ତିଆ ଠାରେ ବିଭିନ୍ନ ପ୍ରକାର ର ମୂଲ୍ୟବାନ ଫଳଗଛ, ଔଷଧୀୟ ଗଛ ଲଗାଯାଇଥିଲା ।
ପରିଶେଷ ରେ ଡ଼ଃ ନିରୋଜ କୁମାର ପୋଥାଳ ଏହି ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ସଫଳ କରିଥିବା ରୁ ସମସ୍ତ ସ୍ବେଚ୍ଛାସେବୀ ଓ ସମସ୍ତ ଅନୁଷ୍ଠାନ ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ ପୂର୍ବକ ସମସ୍ତ ଙ୍କୁ ଆଗ ନିଜ ବାଡି ରେ ସର୍ବନିମ୍ନ ୨ ଗୋଟି ବୃକ୍ଷ ରୋପଣ କରିବାକୁ ବିନିତ ଅନୁରୋଧ କରିଥିଲେ ।